ରାୟଗଡା(ମାଉଡି ବାରିକ): ଗାଁରେ ଭଲ ରାସ୍ତା ନାହିଁ। ଯାଇପାରିଲାନି ଆମ୍ୱୁଲାନ୍ସ। ଫଳରେ ଗର୍ଭବତୀଙ୍କୁ ୫ କିମି ଚାଲିବାକୁ ପଡିଲା। ଏପରି ବିକଳ ଚିତ୍ର ଆସିଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରୁ।
ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଭାତପୁର ପଞ୍ଚାୟତର ଡଙ୍ଗର ବଲାଙ୍ଗୀର ଗାଁର ହୋରୀ ମିଣିଆକାଙ୍କ ପତ୍ନୀ ଲାଚମି ଆଜି ପ୍ରସବ ବେଦନା ପାଇଥିଲେ। ପରିବାର ଲୋକେ ଏନେଇ ଆଶା ଦିଦିଙ୍କୁ ଜଣାଇଥିଲେ। ଆଶାଦିଦି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଫୋନ୍ କଲ ପାଇବା ପରେ ଗାଁ ଅଭିମୁଖେ ଆସିଥିଲା ଆମ୍ୱୁଲାନ୍ସ। ହେଲେ ରାସ୍ତା ଖରାପ ଥିବାର ଗାଁଠାରୁ ୧୦ କିଲୋମିଟର ଦୂରରେ ଅଟକିଥିଲା। ଶେଷରେ କିଛି ଉପାୟ ନପାଇ ପରିବାର ଲୋକେ ପ୍ରସୂତୀଙ୍କୁ ଚଲାଇଥିଲେ। ଯନ୍ତ୍ରଣାରେ ଜର୍ଜରିତ ପ୍ରସୂତୀ ଜଣକ ୫ କିମି ଚାଲିବା ପରେ ଅଟୋରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲେ। ସେଠାରୁ ତାଙ୍କୁ ଆମ୍ୱୁଲାନ୍ସରେ ନିଆଯାଇ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।