ପ୍ରସୂତୀ ମହିଳା ନେଇପାରିବେ କୋଭିଡ୍ ଟିକା, ସଂକ୍ରମିତଙ୍କୁ ୩ମାସ ପର୍ଯ୍ୟନ୍ତ କୋଭିଡ୍ ଟିକା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ପ୍ରସୂତୀ ମହିଳା ଚାହିଁଲେ କୋଭିଡ୍ ଟିକା ନେଇପାରିବେ। ଆଉ  କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ୩ମାସ ପରେ ହିଁ କୋଭିଡ୍ ଟିକା ନେଇପାରିବେ ବୋଲି କୋଭିଡ-୧୯ ଟିକାକରଣକୁ ନେଇ ଗଠିତ ଜାତୀୟ ଏକ୍ସପର୍ଟ ଟିମ୍ ସୁପାରିସ୍ କରିଛନ୍ତି। ଏହି ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରି ଗତକାଲି ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଏନେଇ ଏକ ଗାଇଡଲାଇନ୍ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର […]

Vaccine

Vaccine

Tapas Behera
  • Published: Thursday, 20 May 2021
  • Updated: 20 May 2021, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ପ୍ରସୂତୀ ମହିଳା ଚାହିଁଲେ କୋଭିଡ୍ ଟିକା ନେଇପାରିବେ। ଆଉ  କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ୩ମାସ ପରେ ହିଁ କୋଭିଡ୍ ଟିକା ନେଇପାରିବେ ବୋଲି କୋଭିଡ-୧୯ ଟିକାକରଣକୁ ନେଇ ଗଠିତ ଜାତୀୟ ଏକ୍ସପର୍ଟ ଟିମ୍ ସୁପାରିସ୍ କରିଛନ୍ତି। ଏହି ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରି ଗତକାଲି ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି ଏନେଇ ଏକ ଗାଇଡଲାଇନ୍ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛନ୍ତି।

କୋଭିଡ-୧୯କୁ ନେଇ ଗଠିତ ଜାତୀୟ ଏକ୍ସପର୍ଟ ଟିମର ସୁପାରିସକୁ ଗ୍ରହଣ କରି କେନ୍ଦ୍ର ସରକାର ଏହି ଟିକାକରଣ ସମ୍ପର୍କରେ ରାଜ୍ୟଗୁଡ଼ିକୁ ଗତକାଲି ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କୋଭିଡ୍ ଟିକାକରଣର ଗାଇଡଲାଇନ୍ ସମ୍ପର୍କରେ ଏହି ପରାମର୍ଶନାମା ଜାରି କରିଛନ୍ତି। କେଉଁ ପରିସ୍ଥିତିରେ କୋଭିଡ-୧୯ ଟିକାକରଣକୁ ସ୍ଥଗିତ ରଖାଯିବ ସେ ନେଇ କେନ୍ଦ୍ର ସରକାର ଦେଇଥିବା ତାଲିକାକୁ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି।

ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କୋଭିଡ୍ ଟିକା ଦିଆଯାଇପାରିବ। କୋଭିଡ୍ ଟିକା ନେବା ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାର ଆବଶ୍ୟକତା ନାହିଁ। ସେହିପରି ଯଦି କୌଣସି ବ୍ୟକ୍ତି କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼େ, ତା’ହେଲେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହେବାର ୩ମାସ ପରେ ହିଁ କୋଭିଡ୍ ଟିକା ନେଇପାରିବେ। ସେହିପରି ଯଦି କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ଲାଜମା ଦିଆଯାଇଥାଏ, ତା’ହେଲେ ସେ ହସ୍ପିଟାଲରୁ ସୁସ୍ଥ ହେବାର ୩ମାସ ପରେ ହିଁ କୋଭିଡ୍ ଟିକା ନେଇପାରିବେ।

ଯେଉଁ ବ୍ୟକ୍ତି କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବାପରେ ଯଦି କୋଭିଡ୍ ସଂକ୍ରମିତ ହୁଅନ୍ତି, ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହେବାର ୩ମାସ ପରେ ହିଁ ଦ୍ୱିତୀୟ ଡୋଜ୍ ଟିକା ନେବେ। କେବଳ ସେତିକି ନୁହେଁ, ଯେଉଁ ବ୍ୟକ୍ତିମାନେ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ ଅବା ଆଇସିୟୁରେ ଭର୍ତ୍ତି ହୋଇଥିବେ, ସେ ମଧ୍ୟ କୋଭିଡ୍ ଟିକା ନେବା ପାଇଁ ୪ରୁ ୮ ସପ୍ତାହ ଅପେକ୍ଷା କରିବା ଉଚିତ୍। ଏସବୁ ବ୍ୟତୀତ କୋଭିଡ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଜଣକ କୋଭିଡ୍ ଟିକା ନେବାର ଅବା ଆରଟିପିସିଆର ନେଗେଟିଭ୍  ଟେଷ୍ଟିଂ ରିପୋର୍ଟ ଆଣିବାର ୧୪ଦିନ ପରେ ହିଁ  ରକ୍ତଦାନ କରିପାରିବେ ବୋଲି ଶ୍ରୀ ମହାପାତ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story