ଭାରରେ ଉଛୁଳା ନଦୀ ଅତିକ୍ରମ କଲେ ଗର୍ଭବତୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗର୍ଭବତୀ, ପ୍ରସୂତୀ ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଏହା ଫଳପ୍ରଦ  ହୋଇପାରୁ ନାହିଁ। ପାହାଡ଼ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳକୁ ଯିବାକୁ ଗମନାଗମନ ବ୍ୟବସ୍ଥା ହୋଇ ନ ପାରିବାରୁ ଜନନୀ ଯନ୍ତ୍ରଣା ଥମିବା ନାଁ ଧରୁନି। ଏପରି ଏକ ଘଟଣା କୋରାପୁଟ  ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡ଼ା ଗାଁରେ ଘଟିଛି। ରାସ୍ତା ନ ଥିବାରୁ ଭାରରେ ବୁହା ହୋଇ ଭରା ନଦୀରେ ପଶି […]

koraput-1--1

Niharika Rout
  • Published: Monday, 10 February 2020
  • , Updated: 10 February 2020, 08:37 AM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗର୍ଭବତୀ, ପ୍ରସୂତୀ ଓ ଶିଶୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଏହା ଫଳପ୍ରଦ  ହୋଇପାରୁ ନାହିଁ। ପାହାଡ଼ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳକୁ ଯିବାକୁ ଗମନାଗମନ ବ୍ୟବସ୍ଥା ହୋଇ ନ ପାରିବାରୁ ଜନନୀ ଯନ୍ତ୍ରଣା ଥମିବା ନାଁ ଧରୁନି। ଏପରି ଏକ ଘଟଣା କୋରାପୁଟ  ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡ଼ା ଗାଁରେ ଘଟିଛି। ରାସ୍ତା ନ ଥିବାରୁ ଭାରରେ ବୁହା ହୋଇ ଭରା ନଦୀରେ ପଶି ମେଡ଼ିକାଲ୍ ଗଲେ ଆସନ୍ନ ପ୍ରସବା।

ସୂଚନା ଅନୁଯାୟୀ, ଗାଁର ଧବେନ୍ ମୁଦୁଲି ନାମ୍ନୀ  ମହିଳାଙ୍କର ଗତକାଲି ଅପରାହ୍ନରେ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ନ ହେବାରୁ ପରିବାର ଲୋକେ ମୁରାନ୍ ନଦୀର ଉଛୁଳା ପାଣିରେ  ଜୀବନକୁ ବାଜି ଲଗାଇ ପଶିଲେ। ଏହାପରେ ଭାରାରେ ଧବେନ୍‌ଙ୍କୁ ନଦୀ ଅତିକ୍ରମ କରି ବୋହି ନେଲେ । ପ୍ରାୟ ଦେଢ଼ କିମି ଯିବା ପରେ ଆମ୍ବୁଲାନ୍ସ ଯୋଗେ  ଧବେନ୍‌ଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସନ୍ଧ୍ୟାରେ ପ୍ରସବ ହେବା ପରେ ଉଭୟ ମା’  ଓ ନବଜାତ କନ୍ୟା ସୁସ୍ଥ ଥିବା ଜଣାପଡ଼ିଛି ।

ଘାଟଗୁଡ଼ା ଗାଁକୁ ଯାନବାହନ ଯିବା ପାଇଁ କୌଣସି ରାସ୍ତା ନାହିଁ । ମୁରାନ୍ ନଦୀ ପ୍ରତିବନ୍ଧକ ସାଜୁଥିବା ବେଳେ ଏହା ଉପରେ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ଦୀର୍ଘ ଦିର ଦାବି ପୂରଣ ନିମନ୍ତେ ପ୍ରଶାସନିକ ଅଧିକାରୀ ଧରାଛୁଆଁ ଦେଉ ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଭୋଗୁଛନ୍ତି ଗ୍ରାମବାସୀ । ଗତ ୨୦୧୧ରେ ୨ ଜଣ ଯୁବତୀ  ଏହି ମୁରାନ୍ ନଦୀରେ ଭାସିଯାଇ ପ୍ରାଣ  ହରାଇଥିଲେ। ଏହାପରେ ବି ପ୍ରଶାସନ ପକ୍ଷରୁ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ।

Related story