ଥମୁନି ଜନନୀ ଯନ୍ତ୍ରଣା; ପ୍ରସୂତିଙ୍କୁ ଟେକି ଟେକି ନେଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ଶେଷରେ ପରିବାର ଲୋକେ ଟେକି ଟେକି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଲେ । ଏପରି ଘଟଣା  ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କପାଟପାଣି ଗାଁରେ। ଗତକାଲି ସକାଳେ କପାଟପାଣି ଗାଁର ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର […]

ppppp000

Tapaswini Nayak
  • Published: Monday, 06 July 2020
  • , Updated: 06 July 2020, 09:16 AM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ଆମ୍ୱୁଲାନ୍ସ। ଶେଷରେ ପରିବାର ଲୋକେ ଟେକି ଟେକି ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଲେ । ଏପରି ଘଟଣା  ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କପାଟପାଣି ଗାଁରେ।

ଗତକାଲି ସକାଳେ କପାଟପାଣି ଗାଁର ହରି ସାନ୍ତାଙ୍କ ସ୍ତ୍ରୀ ଲତା ସାନ୍ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଯାଇ ନପାରି କିରିଙ୍ଗିମାଲ ଗାଁ ନିକଟରେ ଅଟକି ରହିଥିଲା।

ପ୍ରବଳ ବର୍ଷାରେ ପରିବାର ଲୋକେ ଓ ଆଶା ଦିଦି ଲତାଙ୍କୁ ଟେକି ଟେକି କିଛି ବାଟ ନେଇଥିଲେ। ପରେ ଏକ ଅଟୋ ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରସୂତିଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Related story