ମାଟ୍ରିକ ପରୀକ୍ଷା : କପି ରୋକିବାକୁ  ତ୍ରିସ୍ତରୀୟ ସ୍କ୍ୱାଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ଏଥିସହ ବୋର୍ଡ ଅଧୀନରେ ୩୭ଟି ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯାଇଛି। ପ୍ରତି ସ୍କ୍ୱାଡ୍‌ରେ ୨ ଜଣ ଲେଖାଁଏ ଅଧିକାରୀ ରହିବେ। ଜିଲ୍ଲା ଶିକ୍ଷା ଅଧତ୍କାରୀଙ୍କ ସ୍ତରରେ ୫୮ଟି ସ୍କ୍ୱାଡ୍‌ ଗଠନ ହୋଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ଯେକୌଣସି ସ୍ଥାନରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଅଚାନକ ଯାଞ୍ଚ କରିବେ।  ଏନେଇ ବୋର୍ଡ ସଭାପତି […]

bord

Rakesh Mallick
  • Published: Thursday, 15 February 2018
  • , Updated: 15 February 2018, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ଏଥିସହ ବୋର୍ଡ ଅଧୀନରେ ୩୭ଟି ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯାଇଛି। ପ୍ରତି ସ୍କ୍ୱାଡ୍‌ରେ ୨ ଜଣ ଲେଖାଁଏ ଅଧିକାରୀ ରହିବେ। ଜିଲ୍ଲା ଶିକ୍ଷା ଅଧତ୍କାରୀଙ୍କ ସ୍ତରରେ ୫୮ଟି ସ୍କ୍ୱାଡ୍‌ ଗଠନ ହୋଇଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ଯେକୌଣସି ସ୍ଥାନରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଅଚାନକ ଯାଞ୍ଚ କରିବେ।  ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି।

ସେହିପରି ମାଟ୍ରିକ ପରୀକ୍ଷାକୁ ସୁରୁଖୁରୁରେ ସାରିବା ପାଇଁ  ଆଜି ପ୍ରସ୍ତୁତି ବୈଠକ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ ବସିଥିଲା।  ଏଥିରେ ବିଭିନ୍ନ ଜିଲ୍ଲାର ଏସପି ଓ ଜିଲ୍ଲାପାଳ ଭିଡିଓ କନଫରେନସିଂରେ ସାମିଲ ହୋଇଥିଲେ।  ଶାନ୍ତି ଶୃଙ୍ଖଳାରେ କିଭଳି ପରୀକ୍ଷା ହେବ, କପି ରୋକିବା, ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି।  ଚଳିତ ବର୍ଷ ଫେବ୍ରୁଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Related story