ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି ଢେଙ୍କାନାଳ ସହର

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୧୩ ତାରିଖରେ ପଡୁଛି ଗଜଲକ୍ଷ୍ମୀ ପୂଜା। ଆଉ ଏହି ପୂଜା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଢେଙ୍କାନାଳ ସହର ନବବଧୂ ଭଳି ବେଶରେ ସଜେଇ ହେଉଛି। ମା’ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ କାରିଗରମାନେ ଶୀଘ୍ର ଶୀଘ୍ର ସ୍ପର୍ଶ ଦେବା ପାଇଁ ବ୍ୟସ୍ତ ହେଉଛନ୍ତି। ସେମାନଙ୍କ ସହିତ ତାଳ ଦେଇ  ପ୍ରତିଯୋଗିତା ମୂଳକ ମନୋଭାବ ନେଇ ବିଭିନ୍ନ ପୂଜା ମଣ୍ଡପରେ ତୋରଣ ଓ ଲାଇଟ୍‌ ସାଜସଜ୍ଜା ବି ଜୋରସୋରରେ ଚାଲିଛି।  ଏଥର ଅଧିକାଂଶ ପୂଜା […]

dkl

Jyoshna Pradhan
  • Published: Friday, 11 October 2019
  • , Updated: 11 October 2019, 03:41 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ୧୩ ତାରିଖରେ ପଡୁଛି ଗଜଲକ୍ଷ୍ମୀ ପୂଜା। ଆଉ ଏହି ପୂଜା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଢେଙ୍କାନାଳ ସହର ନବବଧୂ ଭଳି ବେଶରେ ସଜେଇ ହେଉଛି। ମା’ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ କାରିଗରମାନେ ଶୀଘ୍ର ଶୀଘ୍ର ସ୍ପର୍ଶ ଦେବା ପାଇଁ ବ୍ୟସ୍ତ ହେଉଛନ୍ତି। ସେମାନଙ୍କ ସହିତ ତାଳ ଦେଇ  ପ୍ରତିଯୋଗିତା ମୂଳକ ମନୋଭାବ ନେଇ ବିଭିନ୍ନ ପୂଜା ମଣ୍ଡପରେ ତୋରଣ ଓ ଲାଇଟ୍‌ ସାଜସଜ୍ଜା ବି ଜୋରସୋରରେ ଚାଲିଛି।  ଏଥର ଅଧିକାଂଶ ପୂଜା କମିଟି କପଡ଼ା ନିର୍ମିତ ତୋରଣକୁ ଗୁରୁତ୍ୱ ଦେଇଛନ୍ତି। ତା’ଛଡ଼ା ଦଶ କିଲୋମିଟର ବ୍ୟାପୀ ଆଲୋକ ସାଜସଜ୍ଜା ବି ଲୋକଙ୍କୁ ଆକର୍ଷିତ କରିବ।

ଏନେଇ ମିଳିତ ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା କହିଛନ୍ତି, “ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଢେଙ୍କାନାଳ ସହର ଏବେଠାରୁ ଉତ୍ସବ ମୁଖର ହୋପଡ଼ିଛି। ପ୍ରାୟ ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।”

ଏଗାର ଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବରେ ମିଳିତ ବଜାର ପୂଜା କମିଟିରେ ମୋଟ ୩୮ଟି ମେଢ଼ ନିଜକୁ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଏଥର ମହିଷାପାଟ ପଡ଼ିଆରେ ଏଥର ପଲ୍ଲିଶ୍ରୀ ମେଳା ବଦଳରେ ସରସ ମେଳା ଆୟୋଜନ କରାଯିବ। ଲକ୍ଷାଧିକ ଲୋକଙ୍କର ସମାଗମକୁ ଆଖି ଆଗରେ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିବା ସହିତ ଶାନ୍ତି କମିଟି ମଧ୍ୟ ଗଠନ କରାଯାଇଛି।

ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି,“ଗଜଲକ୍ଷ୍ମୀ ପୂଜା ସମୟରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ସହରକୁ ସରସ ସୁନ୍ଦର କରାଯାଇ ପାରିବ, ସେନେଇ ପ୍ରସ୍ତୁତି ବୈଠକରେ ଆଲୋଚନା କରିଛୁ। ଏଥିସହ ରାସ୍ତାଘାଟ, ବିଜୁଳି ଓ ଜଳ ଯୋଗାଣ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଲୋକେ ଯେପରି ଅସୁବିଧା ସମ୍ମୁଖୀନ ନହେବେ ବ୍ୟବସ୍ଥା କରାଯାଇଛି।”

ଢେଙ୍କାନାଳ ଏସ୍‌ପି ଅନୁପମା ଜେମସ୍‌ କହିଛନ୍ତି, “ପୂଜା ସମୟରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ଏହାସହ ବାଇକ୍‌ ପାଟ୍ରୋଲିଂ ମଧ୍ୟ କରାଯିବ।”

ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକମାନଙ୍କ ପକ୍ଷରୁ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଆସନ୍ତା୨୪ ତାରିଖରେ ଭସାଣ ଉତ୍ସବ ହେବାର କାର୍ଯ୍ୟକ୍ରମ ରହିଛି।

 

Related story