ଉଦ୍‌ଘାଟନୀ ଉତ୍ସବ ପାଇଁ ଚାଲିଛି ରିହର୍ସଲ: ବିଶ୍ୱ ଦେଖିବ ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଝଲକ..

Ordigital Desk
  • Published: Sunday, 02 July 2017
  • , Updated: 02 July 2017, 07:37 PM IST
<p>ଭୁବନେଶ୍ୱର: ଏସିଆନ୍&zwnj; ଆଥଲେଟିକ୍&zwnj; ଚାମ୍ପିୟନସିପ ଉଦ୍&zwnj;ଘାଟନୀ ଉତ୍ସବକୁ ଆକର୍ଷଣୀୟ କରିବା ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି।&nbsp; ଉତ୍ସବରେ ଦେଖିବାକୁ ମିଳିବ ଓଡିଶାର କଳା, ସଂସ୍କୃତି ଓ ଐତିହର ଝଲକ୍। ଉଦ୍&zwnj;ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ଓ ମାର୍ଶଲ୍ ଆର୍ଟ ଜରିଆରେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଏବଂ କଳିଙ୍ଗ ଯୁଦ୍ଧର ଗାଥା ପ୍ରଦର୍ଶନ କରିବେ ପାଖାପାଖି ୫୦୦ କଳାକାର। ଏମାନଙ୍କ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ ଦେଶ ବିଦେଶର ଖ୍ୟାତନାମା ଡ୍ୟାନ୍ସ ଗ୍ରୁପ। ଏଥିପାଇଁ ଆଜି ଜୋରସୋରରେ ଅଭ୍ୟାସ କରିଛନ୍ତି ବିଭିନ୍ନ ନୃତ୍ୟ ଦଳ।&nbsp; ସେପଟେ ଚାମ୍ପିୟନସିପ୍ ପାଇଁ ପହଞ୍ଚିବାରେ ଲାଗିଛନ୍ତି ବିଦେଶୀ ଖେଳାଳି ଓ ଅଫିସିଆଲ୍ସ।</p> <p>ସେପଟେ ଉଭୟ ଷ୍ଟାଡିୟମ ଓ ଓ୍ୱାର୍ମ ଅପ୍ ପଡିଆକୁ ନିଜ ଅକ୍ତିଆରକୁ ନେଇଛି କମିଶନରେଟ୍ ପୋଲିସ।&nbsp; ଚାମ୍ପିୟନସିପ୍ ଲାଗି ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି ସକାଳେ ଷ୍ଟାଡିୟମକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।</p>

Related story