ଉପରେ ବାଘ, ତଳେ ଲୋକ

ନୂଆପଡ଼ା (ମାୟାଧର ସରାଫ): ପହାଡ଼ ଉପରେ ବାଘ ବୁଲୁଛନ୍ତି ଓ ଶୋଉଛନ୍ତି। ଆଉ ପାହାଡ଼ ତଳେ ବାସ କରୁଥିବା ଲୋକେ ଛାନିଆ ହୋଇ ପଡ଼ିଛନ୍ତି। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସିବାକୁ ସମସ୍ତଙ୍କୁ କୁହାଯାଉଛି। ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଘରକୁ ଫେରାଇ ଆଣିବାକୁ ପରାମର୍ଶ ଦିଆଯାଉଛି। ଗତ ଦୁଇ ଦିନ ହେଲା ଏପରି ସ୍ଥିତି ନୂଆପଡ଼ା ଜିଲ୍ଲା ଆମନାରା ଗାଁରେ ଦେଖିବାକୁ ମିଳିଛି। ଗାଁ ପାର୍ଶ୍ଵବର୍ତ୍ତୀ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲର ପଥର ଚଟାଣ ଉପରେ ଦୁଇଟି କଲରାପତରିଆ ବାଘ […]

tiger

tiger

Manoranjan Sial
  • Published: Thursday, 08 August 2019
  • Updated: 08 August 2019, 05:32 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ପହାଡ଼ ଉପରେ ବାଘ ବୁଲୁଛନ୍ତି ଓ ଶୋଉଛନ୍ତି। ଆଉ ପାହାଡ଼ ତଳେ ବାସ କରୁଥିବା ଲୋକେ ଛାନିଆ ହୋଇ ପଡ଼ିଛନ୍ତି। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସିବାକୁ ସମସ୍ତଙ୍କୁ କୁହାଯାଉଛି। ଗୃହପାଳିତ ପଶୁପକ୍ଷୀଙ୍କୁ ମଧ୍ୟ ଘରକୁ ଫେରାଇ ଆଣିବାକୁ ପରାମର୍ଶ ଦିଆଯାଉଛି। ଗତ ଦୁଇ ଦିନ ହେଲା ଏପରି ସ୍ଥିତି ନୂଆପଡ଼ା ଜିଲ୍ଲା ଆମନାରା ଗାଁରେ ଦେଖିବାକୁ ମିଳିଛି। ଗାଁ ପାର୍ଶ୍ଵବର୍ତ୍ତୀ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲର ପଥର ଚଟାଣ ଉପରେ ଦୁଇଟି କଲରାପତରିଆ ବାଘ ଶୋଇଥିବା ସ୍ଥାନୀୟ ଲୋକେ ଦେଖୀବାକୁ ପାଇଥିଲେ।

ଆଜି ମଧ୍ୟ ବାଘ ଦୁଇଟିକୁ ଗାଁ ଲୋକେ ଦେଖିବାକୁ ପାଇଥିଲେ। ସେମାନଙ୍କ ଗତିବିଧି ଉପରେ ବନ ବିଭାଗ ଦୃଷ୍ଟି ରଖିଛି। ଏଥିପାଇଁ ୩ଟି ଟିମ୍‌ ଗଠନ କରି ୨୪ ଘଣ୍ଟିଆ ପହରା ଦିଆଯାଉଛି। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ପାଇଁ ସମସ୍ତଙ୍କୁ ବନ ବିଭାଗ ପରାମର୍ଶ ଦେଇଛି। ରାତିରେ ଘରୁ ଏକା ନ ବାହାରିବା ପାଇଁ କୁହାଯାଇଛି।

ନୂଆପଡ଼ା ରେଞ୍ଜର ଅସିତ କୁମାର ଦାସ କହିଛନ୍ତି,“ବାଘ ଦୁଇଟି ସ୍ଥିର ଅଛନ୍ତି। ସେମାନେ ଗ୍ରାମାଭିମୁଖୀ ହୋଇନାହାନ୍ତି। ତଥାପି ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଗାଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।”

୨୦୧୭ ମସିହାରେ ହଳଦୀ ଗାଁରେ ଘର ଭିତରେ ପଶି ମାଆ ପାଖରୁ ତା’ ଛୁଆକୁ ବାଘ ଝାମ୍ପି ନେଇଯାଇଥିଲା। ତା’ପର ଦିନ ଛୁଆ ପିନ୍ଧିଥିବା ବସ୍ତ୍ର ପାହାଡ଼ ଉପରୁ ମିଳିଥିଲା। ସେ ସମୟରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ବନ ବିଭାଗ ବାଘକୁ କାବୁ କରିବା ପାଇଁ ଯନ୍ତା ବସାଇ ଧରିବାରେ ସଫଳ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos