ନାତୁଣୀଙ୍କ ହାତ ଅଙ୍କା ପେଣ୍ଟିଂ ଗ୍ରହଣ କଲେ ରାଷ୍ଟ୍ରପତି କୋବିନ୍ଦ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୨ ଦିନିଆ ଓଡିଶା ଗସ୍ତରେ ଆସି ଫେରିଥିବା ରାଷ୍ଟ୍ରପତି ନାତୁଣୀଙ୍କ ହାତଅଙ୍କା ଛବିକୁ ଉପହାର ଭାବେ ଗ୍ରହଣ କରିଛନ୍ତି। ଓଡ଼ିଶା ଗସ୍ତବେଳେ ରାଜଭବନରେ ଆଜି ପ୍ରାୟ ପ୍ରାୟ ଅଢ଼େଇ ଘଣ୍ଟା ବିତେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟ  ଭିତରେ ବିଭିନ୍ନ ରାଜନୈତକ ଦଳର ନେତୃବୃନ୍ଦ, ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟଙ୍କୁ ରାଜଭବନରେ ଦେଖିବାକୁ ମିଳିଥିଲା । ବିଜେପିର ୩୦ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ  । ନବରଙ୍ଗପୁରର […]

natuni

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 08:25 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୨ ଦିନିଆ ଓଡିଶା ଗସ୍ତରେ ଆସି ଫେରିଥିବା ରାଷ୍ଟ୍ରପତି ନାତୁଣୀଙ୍କ ହାତଅଙ୍କା ଛବିକୁ ଉପହାର ଭାବେ ଗ୍ରହଣ କରିଛନ୍ତି। ଓଡ଼ିଶା ଗସ୍ତବେଳେ ରାଜଭବନରେ ଆଜି ପ୍ରାୟ ପ୍ରାୟ ଅଢ଼େଇ ଘଣ୍ଟା ବିତେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟ  ଭିତରେ ବିଭିନ୍ନ ରାଜନୈତକ ଦଳର ନେତୃବୃନ୍ଦ, ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟଙ୍କୁ ରାଜଭବନରେ ଦେଖିବାକୁ ମିଳିଥିଲା । ବିଜେପିର ୩୦ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ  । ନବରଙ୍ଗପୁରର ବିଜେଡି ସାଂସଦ ବଳଭଦ୍ର ମାଝୀ ମଧ୍ୟ ପରିବାର  ସଦସ୍ୟଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ମଧ୍ୟ ଏକ ଟିମ୍ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହି ଭେଟଘାଟ କାର୍ଯ୍ୟକ୍ରମରେ ସବୁଠାରୁ ଉତ୍ସାହ  ଦେଖିବାକୁ ମିଳିଥିଲା ରାଷ୍ଟ୍ରପତିଙ୍କ ସମ୍ପର୍କୀୟା ଭାଣିଜି କରୁଣାଙ୍କ କ୍ଷେତ୍ରରେ। ଓଡ଼ିଶା ମାଟିରେ ମାମୁଁ ତଥା ରାଷ୍ଟ୍ରପତିଙ୍କୁ ଦେଖା କରିବାକୁ ରାଜଭବନକୁ ଆସିଥିଲେ କରୁଣା। ସାଥୀରେ ଥିବା କରୁଣାଙ୍କ ଝିଅ ରାଷ୍ଟ୍ରପତିଙ୍କୁ ନିଜସ୍ୱ ଏକ ପେଣ୍ଟିଂ  ଉପହାର ଦେଇଥିଲେ । ନାତୁଣୀଙ୍କଠାରୁ ଉପହାର ଗ୍ରହଣ କରିଥିଲେ ମହାମହିମ।

Related story