ମହାପ୍ରଭୁ ସ୍ୱୟଂ ଲୋକଙ୍କ ପାଖକୁ ଆସି ଦୁଃଖ ବୁଝିଥାନ୍ତି: ରାଷ୍ଟ୍ରପତି

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ତାଙ୍କ ଅଭିଭାଷଣରେ କହିଥିଲେ,“ସକାଳେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନାର ସୁଯୋଗ ମିଳିଛି। ମହାପ୍ରଭୁଙ୍କ ପାଖରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛି। ପୁରୀକୁ ବିଦ୍ୟାନଗରୀ ଓ ପୂର୍ବ ଭାରତର କାଶୀ କୁହାଯାଏ। ଗୁରୁ ନାନକ ଓ ଶ୍ରୀଚୈତନ୍ୟଙ୍କ ପରି ମୁନିଋଷି ଏଠାକୁ ଆସିଛନ୍ତି। ରଥଯାତ୍ରା ସମ୍ପର୍କରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି। ମହାପ୍ରଭୁ ସ୍ୱୟଂ ଲୋକଙ୍କ ପାଖକୁ ଆସି ଦୁଃଖ ବୁଝିଥାନ୍ତି। ପୁରୀ, କୋଣାର୍କ, ଧଉଳିଗିରି, ଉଦୟଗିରିର ସ୍ୱତନ୍ତ୍ରତା ରହିଛି। କଳାର ଉତ୍କର୍ଷ କ୍ଷେତ୍ର ପାଇଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଏଠି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ନୀଳକଣ୍ଠ ଦାସଙ୍କ ଜନ୍ମ।”

ଏହାସହିତ ସେ ଚାରିଧାମ ସମ୍ପର୍କରେ ମତ ରଖି କହିଥିଲେ,“ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ଭବିଷ୍ୟତରେ କେବେ ତୀର୍ଥ କରିବାର ସୁଯୋଗ ମିଳିଲେ ପ୍ରଥମେ ପୁରୀ ଆସିବି।”

ସଂସ୍କୃତ ଭାଷା ସଂପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଥିଲେ ଯେ ଏହା ଦେଶର ଅଖଣ୍ଡତା ଓ ଏକତା ପାଇଁ କାର୍ଯ୍ୟ କରୁଛି।

ସେ ଆଉ କ’ଣ କହିଛନ୍ତି ଶୁଣନ୍ତୁ ଏହି ଭିଡ଼ିଓ-

ଏହି ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟପାଳ ଏସ୍.ସି ଜମିର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Ordigital Desk
• Published: Sunday, 18 March 2018
• Updated: 18 March 2018, 02:11 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos