୧୮ରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି: ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ

<p>ପୁରୀ(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରିବେ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟ୍&zwnj; ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି।</p> <p>ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପ୍ରୋଟକଲ ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗର ସଚିବ ଓ ଗଜପତି ମହାରାଜା ଉପସ୍ଥିତ ରହିବେ। ଏଥିସହିତ ଶ୍ରୀମନ୍ଦିର ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରିବାର ନିଷ୍ପତ୍ତି ହୋଇଛି। ସ୍ୱାଗତ ପାଇଁ କୌଳିକ ପଣ୍ଡା, ଛତିଶା ନିଯୋଗ ନାୟକ ମଧ୍ୟ ଉପସ୍ଥିତ ରହିବେ। ସେହିପରି ରାଷ୍ଟ୍ରପତିଙ୍କ ଗସ୍ତବେଳେ ବ୍ଳୁ-ବୁକ୍ ସୁରକ୍ଷା ଅନୁଯାୟୀ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। &nbsp;ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକ ପରେ&nbsp; ରାଷ୍ଟ୍ରପତିଙ୍କ ପୁରୀ ଗସ୍ତବେଳେ ତାଙ୍କ ରହଣିକୁ ନେଇ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ସର୍କିଟ୍ ହାଉସରେ ରାଷ୍ଟ୍ରପତି ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।</p>

Ordigital Desk
  • Published: Tuesday, 13 March 2018
  • Updated: 13 March 2018, 08:28 AM IST

Sports

Latest News

<p>ପୁରୀ(ଓଡ଼ିଶା ରିପୋର୍ଟର): ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରିବେ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟ୍&zwnj; ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି।</p><p>ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ପ୍ରୋଟକଲ ଅନୁଯାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗର ସଚିବ ଓ ଗଜପତି ମହାରାଜା ଉପସ୍ଥିତ ରହିବେ। ଏଥିସହିତ ଶ୍ରୀମନ୍ଦିର ପକ୍ଷରୁ ରାଷ୍ଟ୍ରପତିଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରିବାର ନିଷ୍ପତ୍ତି ହୋଇଛି। ସ୍ୱାଗତ ପାଇଁ କୌଳିକ ପଣ୍ଡା, ଛତିଶା ନିଯୋଗ ନାୟକ ମଧ୍ୟ ଉପସ୍ଥିତ ରହିବେ। ସେହିପରି ରାଷ୍ଟ୍ରପତିଙ୍କ ଗସ୍ତବେଳେ ବ୍ଳୁ-ବୁକ୍ ସୁରକ୍ଷା ଅନୁଯାୟୀ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। &nbsp;ଅନ୍ୟପକ୍ଷରେ ଛତିଶା ନିଯୋଗ ବୈଠକ ପରେ&nbsp; ରାଷ୍ଟ୍ରପତିଙ୍କ ପୁରୀ ଗସ୍ତବେଳେ ତାଙ୍କ ରହଣିକୁ ନେଇ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ସର୍କିଟ୍ ହାଉସରେ ରାଷ୍ଟ୍ରପତି ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos