‘କ୍ରୀଡ଼ା ସଚିବ ବିଶାଲ ଦେବ କ୍ଷମା ମାଗନ୍ତୁ, ନଚେତ ମାମଲା ରୁଜୁ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା କ୍ରୀଡ଼ା ସଚିବ ବିଶାଲ ଦେବ କ୍ଷମା ମାଗନ୍ତୁ। ନଚେତ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଅଧିନିୟମ ଧାରା ୧୩ ଅନୁଯାୟୀ ମାମଲା ରୁଜୁ ହେବ।” ଆଜି ଏପରି ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ନରେନ୍ଦ୍ର ମହାନ୍ତି। ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ଼ଗ୍‌ହସ୍ତ ହୋଇଥିଲେ କ୍ରୀଡ଼ା […]

visal-dev

Manoranjan Sial
  • Published: Friday, 23 November 2018
  • , Updated: 23 November 2018, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା କ୍ରୀଡ଼ା ସଚିବ ବିଶାଲ ଦେବ କ୍ଷମା ମାଗନ୍ତୁ। ନଚେତ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଅଧିନିୟମ ଧାରା ୧୩ ଅନୁଯାୟୀ ମାମଲା ରୁଜୁ ହେବ।” ଆଜି ଏପରି ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ନରେନ୍ଦ୍ର ମହାନ୍ତି।

ହକି ବିଶ୍ୱକପ୍ ଟିକେଟ୍‌ ବିକ୍ରିରେ ଅବ୍ୟବସ୍ଥା ନେଇ ଖବର ପ୍ରସାରଣ ପରେ ଓଟିଭି ଉପରେ ଖଡ଼ଗ୍‌ହସ୍ତ ହୋଇଥିଲେ କ୍ରୀଡ଼ା ସଚିବ ବିଶାଲ ଦେବ। ଗତ ୨୧ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଓଟିଭି ଟିମ୍‌କୁ ନିଜ ଚ୍ୟାମ୍ବରରୁ ତଡ଼ି ଦେଇଛନ୍ତି କ୍ରୀଡ଼ା ସଚିବ।

‘ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇ ନ ଥିଲା, ତମେ କାହିଁକି ଆସିଲ?’, ବୋଲି ସଚିବ ପ୍ରଶ୍ନ କରିଥିଲେ। ତାଙ୍କ ଚ୍ୟାମ୍ବର ପାର୍କ କି ସର୍ବସାଧାରଣ ସ୍ଥାନ ନୁହେଁ ବୋଲି ସେ କହିବା ସହ ଓଟିଭି ଟିମ୍ ସେଠାରୁ ନଗଲେ ସେ କିଛି କହିବେ ନାହିଁ ବୋଲି ଶୁଣାଇ ଦେଇଥିଲେ। ଓଟିଭି ଟିମ୍‌କୁ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲିଯିବାକୁ ବାରମ୍ବାର କହିଥିଲେ କ୍ରୀଡ଼ା ସଚିବ।

କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଯୁବ ଓ ଛାତ୍ର କଂଗ୍ରେସ ବିଶାଲ ଦେବଙ୍କ ବହିଷ୍କାର ଦାବି କରିଥିଲେ।

Related story