ସେଞ୍ଚୁରୀ ଛୁଇଁବ ପିଆଜ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜାରରେ ହୁ ହୁ ହୋଇ ବଢୁଛି ପିଆଜ ଦର। ମାସେ ତଳେ ଯେଉଁଠି ଖୁଚୁରା ବଜାରରେ କିଲୋ ପିଛା ୨୦ ଟଙ୍କାରେ ବିକା ହେଉଥିଲା, ହେଲେ ଏବେ କେଉଁଠି ୮୦ ତ କେଉଁଠି ୯୦। କିଛି କିଛି ସ୍ଥାନରେ ତ ଦର ସେଞ୍ଚୁରୀ ଛୁଇଁବ ଛୁଇଁବ ହେଉଛି। କିଣିବା କଥା ଛାଡନ୍ତୁ ରେଟ୍ ଶୁଣିଲା ବେଳକୁ ଗ୍ରାହକଙ୍କୁ ଯେମିତି କରେଣ୍ଟ ମାରୁଛି। ରୋଷେଇ ଘର ପରିବା ଡାଲାରେ ପିଆଜ ଗଣ୍ଡେ ଗଡ଼ୁଛି ସତ, […]

onion

onion

Ranjit Kumar Jena
  • Published: Friday, 23 October 2020
  • Updated: 23 October 2020, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜାରରେ ହୁ ହୁ ହୋଇ ବଢୁଛି ପିଆଜ ଦର। ମାସେ ତଳେ ଯେଉଁଠି ଖୁଚୁରା ବଜାରରେ କିଲୋ ପିଛା ୨୦ ଟଙ୍କାରେ ବିକା ହେଉଥିଲା, ହେଲେ ଏବେ କେଉଁଠି ୮୦ ତ କେଉଁଠି ୯୦। କିଛି କିଛି ସ୍ଥାନରେ ତ ଦର ସେଞ୍ଚୁରୀ ଛୁଇଁବ ଛୁଇଁବ ହେଉଛି। କିଣିବା କଥା ଛାଡନ୍ତୁ ରେଟ୍ ଶୁଣିଲା ବେଳକୁ ଗ୍ରାହକଙ୍କୁ ଯେମିତି କରେଣ୍ଟ ମାରୁଛି। ରୋଷେଇ ଘର ପରିବା ଡାଲାରେ ପିଆଜ ଗଣ୍ଡେ ଗଡ଼ୁଛି ସତ, ହେଲେ ତରକାରୀ ରାନ୍ଧିଲା ବେଳକୁ ଆଗଭଳି ଆଉ ହାତଖୋଲି ପକେଇ ପାରୁ ନାହାନ୍ତି ଗୃହିଣୀ।

ଖାଲି ରୋଷେଇ ଶାଳ ନୁହେଁ, ରାସ୍ତାକଡ଼ ହୋଟେଲ କି ଢାବାରେ ବି ବେପାରରେ ବାଧା ସାଜିଛି ପିଆଜ। ଡିନର କି ଲଞ୍ଚବେଳେ ଗ୍ରାହକ ପିଆଜ ଖଣ୍ଡେ ମାଗିଲେ ଦୋକାନୀ ଓ ସେଲ୍ସମ୍ୟାନ ଶୁଣି ନଶୁଣିଲା ଭଳି ହେଉଛନ୍ତି। କଟକିଆ ନିଜର ପ୍ରିୟ ଦହିବାର ଆଳୁଦମ୍ ତ ଖାଉଛନ୍ତି। ଦହିବାର ଓ ଆଳୁଦମ୍ ଉପରେ ଗୁଣ୍ଡ ପିଆଜ ଟିକେ ପକାଇଲେ, ତାହା ସ୍ୱାଦକୁ ଦୁଇଗଣା କରିଦିଏ। କିନ୍ତୁ ଏବେ ବ୍ୟବସାୟୀ ପିଆଜ ଟିକେ ଦେବାକୁ ମନ ଉଣା କରୁଛନ୍ତି।

ଏମିତି ତ କରୋନା ମାଡ଼ରେ ରୋଜଗାର ଘାଇଲା। ତାସାଙ୍ଗକୁ ଡାଲି, ତେଲଠୁ ପରିବା ଯାଏଁ ସବୁ ଦରରେ ଲାଗିଛି ନିଆଁ ଗରିବଠୁ ଧନୀ ଯାଏଁ ସମସ୍ତଙ୍କର ଅତି ଆବଶ୍ୟକ ପିଆଜର କଣ ପାଇଁ ଏ ଅମୂଲ ମୂଲ ସ୍ଥିତି? ଜାଣିବାକୁ ଚାହୁଁଛନ୍ତି ଗ୍ରାହକ, ଗୃହିଣୀ ଓ ବେପାରୀ। ଏହାର ଜବାବରେ ବ୍ୟବସାୟୀ ସଂଘ କହିଛନ୍ତି, ହୋଲସେଲ୍ ଦର ବଢୁଥିବାରୁ ବଜାର ମୂଲ୍ୟ ବଢୁଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟକୁ ସବୁଠାରୁ ଅଧିକ ପିଆଜ ଆସୁଥିବା ମହାରାଷ୍ଟ୍ରର ନାସିକର ପିଆଜ ନଷ୍ଟ ହୋଇଛି ଓ ଦର ଉଚ୍ଚା ରହିଛି। ତେଣୁ ପାଇକାରୀ ଦର ଏଠି ବି ଆକାଶ ଛୁଆଁ। ତେବେ ଦର ବୃଦ୍ଧି ପରେ ରାଜ୍ୟରେ ପିଆଜ ବିକ୍ରି ଦୈନିକ ୧୫ଶହ ଟନରୁ ଏବେ ହଜାରେ ଟନକୁ ଖସିଛି। ନୂଆ ପିଆଜ ଆସିଲେ ଦୀପାପଳି ପରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।

ସେପଟେ ପିଆଜ ଦର ବୃଦ୍ଧି ପରେ କଳାବଜାରୀ ରୋକିବାକୁ ଜିଲ୍ଲାପାଳମାନଙ୍କୁ ଗତକାଲି ଚିଠି ଲେଖିଛନ୍ତି ଖାଦ୍ୟ ଯୋଗାଣ ବିଭାଗ କମିଶନର। ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ସହ ବେଆଇନ୍ ହୋର୍ଡିଂ ରୋକିବାକୁ ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କରିବାକୁ ବି ଦେଇଛନ୍ତି ନିର୍ଦ୍ଦେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos