ଶିବ ମନ୍ଦିରରେ ଚାଲିଛି ସ୍କୁଲ, କ’ଣ 5-Tର ନଜର ପଡୁନି?

ସାଲେପୁର (ମନୋଜ ଆଚାର୍ଯ୍ୟ): ଫମ୍ପା ମାଠିଆର ଶବ୍ଦ ବେଶୀ! ଏକଥା କହିବାର କାରଣ ହେଉଛି, ରାଜ୍ୟ ସରକାର କଥା କଥାରେ 5-T କଥା କହୁଛନ୍ତି। ହେଲେ ସେହି 5-T ଅଧୀନରେ ଆସୁଥିବା ସ୍କୁଲରେ ନାହିଁ ନିଜସ୍ୱ ଜମି। ତେଣୁ ଶିବ ମନ୍ଦିରରେ ଚାଲୁଛି ସ୍କୁଲ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୭ ବର୍ଷ ଧରି ମନ୍ଦିରରେ ଚାଲିଛି ସ୍କୁଲ। ଏହି ସ୍କୁଲ ଉପରେ କ’ଣ ପଡ଼ୁନି 5-T ବିଭାଗର ନଜର? ଏପରି ଚିତ୍ର ଆସିଛି […]

Selepur

Selepur

Manoranjan Sial
  • Published: Monday, 12 September 2022
  • Updated: 12 September 2022, 08:04 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ଫମ୍ପା ମାଠିଆର ଶବ୍ଦ ବେଶୀ! ଏକଥା କହିବାର କାରଣ ହେଉଛି, ରାଜ୍ୟ ସରକାର କଥା କଥାରେ 5-T କଥା କହୁଛନ୍ତି। ହେଲେ ସେହି 5-T ଅଧୀନରେ ଆସୁଥିବା ସ୍କୁଲରେ ନାହିଁ ନିଜସ୍ୱ ଜମି। ତେଣୁ ଶିବ ମନ୍ଦିରରେ ଚାଲୁଛି ସ୍କୁଲ୍‌। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୭ ବର୍ଷ ଧରି ମନ୍ଦିରରେ ଚାଲିଛି ସ୍କୁଲ। ଏହି ସ୍କୁଲ ଉପରେ କ’ଣ ପଡ଼ୁନି 5-T ବିଭାଗର ନଜର? ଏପରି ଚିତ୍ର ଆସିଛି କଟକ ଜିଲ୍ଲା ସାଲେପୁରରୁ।

୨୦୧୫ ମସିହାରେ ସାଲେପୁର ବ୍ଲକ୍‌ ମୁର୍କୁଣ୍ଡିର ଗାଁରେ ପ୍ରତିଷ୍ଠା କରାଯାଇଥିଲା ଦାଶ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ୭ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ସ୍କୁଲଟି ପ୍ରଥମେ ଏକ ଚାଳ ଘରେ ଚାଲୁଥିଲା। ପରବର୍ତ୍ତୀ ସମୟରେ ଚାଳ ଘରଟି ଭାଙ୍ଗି ଯାଇଥିଲା। ଚାଳ ଘର ଭାଙ୍ଗି ଯିବା ପରେ କିଛି ଉପାୟ ନପାଇ ପିଲାମାନଙ୍କୁ ଧରି ଗାଁର ଅଧିଷ୍ଠାତ୍ରି ଦେବ ବାବା ଶ୍ରୀଶ୍ରୀ ବାଣେଶ୍ୱର ଶିବ ମନ୍ଦିରକୁ ଚାଲି ଆସିଥିଲେ ଶିକ୍ଷକ। ତା’ ପଠାରୁ ଶିବ ମନ୍ଦିର ନାଟ ମଣ୍ଡରେ ଚାଲିଛି ସ୍କୁଲ୍‌।

ଦୀର୍ଘ ୭ ବର୍ଷ ଧରି ସ୍କୁଲଟି ନାଟ ମଣ୍ଡପରେ ଚାଲୁଛି। ବର୍ତ୍ତମାନ ଏହି ସ୍କୁଲରେ ୪୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି। ନାଟ ମଣ୍ଡପରେ ମହାଦେବଙ୍କ କଂକ୍ରିଟ୍‌ ବାହନ ଷଣ୍ଢ ପାଖରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ଆଉ କାନ୍ଥରେ ଡେରା ହୋଇଥିବା କଳାପଟାରେ ସାର୍‌ ପାଠ ପଢ଼ାଉଛନ୍ତି। ପଢ଼ାଇବାରେ ଅସୁବିଧା ହେଉଥିଲେ ମଧ୍ୟ କିଛି ଉପାୟ ନାହିଁ। କଷ୍ଟ ହେଉଥିଲେ ମଧ୍ୟ ସାର୍‌ମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗୋଟିଏ ସ୍ଥାନରେ ବସି ପଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ସ୍କୁଲ ଆରମ୍ଭରୁ ଘଣ୍ଟା ଶବ୍ଦ ଶୁଣିବାକୁ ମିଳିଥାଏ। ହେଲେ ସେଠି ଅନବରତ ବାଜୁଛି ମହାଦେବଙ୍କ ଘଣ୍ଟି। ଯିଏ ଆସୁଛି ବାବା ବାଣେଶ୍ୱରଙ୍କ ଆଶୀର୍ବାଦ ନେବା ପୂର୍ବରୁ ସିଏ ବଜାଉଛି ଘଣ୍ଟି। ସେହି ଶବ୍ଦ ଭିତରେ ପିଲାମାନେ ବସି ପାଠ ପଢ଼ୁଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ମନ୍ଦିରରେ କାହିଁକି ସ୍କୁଲ ଚାଲିଛି? ଏହାର ଉତ୍ତରରେ ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ କହୁଛନ୍ତି, ସ୍କୁଲର ନିଜସ୍ୱ ଜମି ନାହିଁ। ତେଣୁ ଘର ନିର୍ମାଣ ପାଇଁ ଟଙ୍କା ଆସି ଫେରିଯାଇଛି। ଏବେ ଶୁଣିବାକୁ ମିଳୁଛି ସ୍କୁଲ ପାଇଁ ଜମି ମିଳିଛି। ସ୍କୁଲ ଘର ନିର୍ମାଣ ପାଇଁ ହାଏର ଅଥରିଟିଙ୍କୁ ଲେଖିଛି ବୋଲି  ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି। ଶିକ୍ଷା ବିଭାଗରୁ ରାଜସ୍ୱ ବିଭାଗକୁ ଚିଠି ଯିବାକୁ କ’ଣ ଲାଗି ଗଲା ୭ ବର୍ଷ! ତାହାହେଲେ 5-T କାହା ପାଇଁ? ସାଧାରଣ ଲୋକଙ୍କ ପାଇଁ ନା ଫମ୍ଫା ମାଠିଆ!

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଜମି ନଥିଲା, ତାହାହେଲେ ସ୍କୁଲ ଖୋଲା ଯାଉଥିଲା କେମିତି? ସ୍କୁଲ ପାଇଁ ଘର ନିର୍ମାଣ କରିବା ଦାୟୀତ୍ୱ କାହାର? ଏଥିରେ କ’ଣ ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ଦାୟିତ୍ୱ ନାହିଁ? ସ୍କୁଲ ପ୍ରତିଷ୍ଠା କରି ଛୋଟ ଛୋଟ ପିଲାଙ୍କୁ ମନ୍ଦିର ବେଢ଼ାରେ ଛାଡ଼ିବା କେତେଦୂର ଯୁକ୍ତିଯୁକ୍ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story