ଦେଶକୁ ସୁସ୍ଥ ରଖିବାରେ ଆୟୁଷ ଚିକିତ୍ସକଙ୍କର ଦୀର୍ଘ ଦିନର ଅବଦାନ ରହିଛି: ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶକୁ ସୁସ୍ଥ ରଖିବାରେ ଆୟୁଷଙ୍କର ଏକ ସୁଦୀର୍ଘ ପରମ୍ପରା ରହିଛି। ‘କୋଭିଡ-୧୯’କୁ ପ୍ରତିହତ କରିବା ଦିଗରେ ଆୟୁଷ ବହୁମୁଖୀ ଭୂମିକା ତୁଲାଇପାରିବ। ଆଜି ଆୟୁଷ ଚିକିତ୍ସକଙ୍କ ସହ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ଏହା କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି-“ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଚିକିତ୍ସକମାନେ ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ […]

ayus

Manoranjan Sial
  • Published: Saturday, 28 March 2020
  • , Updated: 28 March 2020, 09:46 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶକୁ ସୁସ୍ଥ ରଖିବାରେ ଆୟୁଷଙ୍କର ଏକ ସୁଦୀର୍ଘ ପରମ୍ପରା ରହିଛି। ‘କୋଭିଡ-୧୯’କୁ ପ୍ରତିହତ କରିବା ଦିଗରେ ଆୟୁଷ ବହୁମୁଖୀ ଭୂମିକା ତୁଲାଇପାରିବ। ଆଜି ଆୟୁଷ ଚିକିତ୍ସକଙ୍କ ସହ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ଏହା କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି-“ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଚିକିତ୍ସକମାନେ ‘କରୋନା’ ଭୂତାଣୁ ସଂକ୍ରମଣ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଲୋକଙ୍କ ଶରୀର ଓ ମନକୁ ସୁସ୍ଥ ଏବଂ ସତେଜ ରଖିବାରେ ଯୋଗରେ ପ୍ରମୁଖ ଭୂମିକା ରହିଛି। ଏହାର ପ୍ରସାର ପାଇଁ ଆୟୁଷ ମନ୍ତ୍ରଣାଳୟ ଉଦ୍ୟମ କରିଛି।ଆୟୁଷ ଚିକିତ୍ସକମାନଙ୍କ ଦ୍ୱାରା ଏହି ସଂକ୍ରମଣର ନିରାକରଣ ନେଇ ଦାବି କରାଯାଉଥିବା ବେଳେ ଆୟୁଷ ବିଜ୍ଞାନୀ, ଆଇସିଏମଆର, ସିଏସଆଇଆର ଓ ଅନ୍ୟାନ୍ୟ ଗବେଷଣା ସଂଗଠନଗୁଡିକ ଏହି ଦିଗରେ ମିଳିତ ଭାବେ ଅନୁଧ୍ୟାନ କରିବା ଆବଶ୍ୟକ।”

ସେ ଆହୁରି କହିଛନ୍ତି-“କରୋନା ଆହ୍ୱାନର ମୁକାବିଲା ପାଇଁ ସ୍ୱାସ୍ଥ୍ୟସେବାରେ ନିଯୁକ୍ତ ସମସ୍ତ କର୍ମଚାରୀ ଏକାଠି ହେବା ଆବଶ୍ୟକ। ଏପରିକି ଆୟୁଷ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଘରୋଇ ଚିକିତ୍ସକମାନେ ମଧ୍ୟ ଏହି ଦିଗରେ ସହାୟତାର ହାତ ବଢ଼ାଇ ପାରିବେ। ଆୟୁଷ ଔଷଧପତ୍ର ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଆଜିକାଲି ବହୁଳ ଭାବେ ଆବଶ୍ୟକ ହେଉଥିବା ସାନିଟାଇଜର ବା ବିଶୋଧକ ପ୍ରସ୍ତୁତ କରିବାଦରକା। ଟେଲିମେଡିସିନ୍‌ ପ୍ଲାଟଫର୍ମର ସଦୁପଯୋଗ କରି କରୋନା ମହାମାରୀ ସଂଗ୍ରାମ ଦିଗରେ ଜନସଚେତନତା ସୃଷ୍ଟି କରିବାଦରକାର। ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ନିୟମାବଳୀକୁ କଡାକଡି କରାଯାଉ। କୋଭିଡ-୧୯ର ମୁକାବିଲା ପାଇଁ ଆୟୁଷ ଚିକିତ୍ସକମାନେ ପ୍ରଶଂସନୀୟ କାମ କରୁଛନ୍ତି। ସେମାନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ କାମ କରୁଛନ୍ତି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ପାରମ୍ପରିକ ଭେଷଜ ପଦ୍ଧତି ଓ ଏହାର ଉପଯୋଗ ସମ୍ପର୍କରେ ବିଶ୍ୱକୁ ଜଣାଇବା ସହ ଏ ଦିଗରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେ ଲୋକମାନଙ୍କ ସେବା ପାଇଁ ଆୟୁଷ ଚିକିତ୍ସକମାନଙ୍କ ଇଚ୍ଛା ଓ ସେବା ମନୋଭାବର ପ୍ରଶଂସା କରିବା ସହ କରୋନା ବିରୋଧରେ ଭାରତର ସଂଗ୍ରାମରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଶ୍ରୀ ମୋସି ଆଶା ବ୍ୟକ୍ତ କରିଥିଲେ।

Related story