ରସିକିଆ ପ୍ରିନ୍ସିପାଲ ! ଖାତା ଦେଖା ବାହାନା କରି ଅଧ୍ୟାପିକାଙ୍କୁ ନିଜ ଘରକୁ ନେଇଗଲେ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲ କମଳାକାନ୍ତ ବେହେରାଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେହି କଲେଜର ଜଣେ ଅଧ୍ୟାପିକା। ଏନେଇ  ଗତକାଲି ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଲେଜ ପ୍ରିନ୍ସିପାଲ ଅଧ୍ୟାପିକାଙ୍କୁ ପରୀକ୍ଷା ଖାତା ଦେଖିବା ପାଇଁ ବାଲେଶ୍ୱର ରିଜିଓନାଲ ଅଫିସ‌କୁ ନେବା ବାହାନାରେ ବାଲେଶ୍ୱରରେ ଥିବା ତାଙ୍କ ନିଜସ୍ୱ ଘରକୁ ନେଇ ସେଠାରେ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିଲେ। ଅଧ୍ୟାପିକା […]

udala

Jyoshna Pradhan
  • Published: Tuesday, 23 July 2019
  • , Updated: 23 July 2019, 02:28 PM IST

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍ସିପାଲ କମଳାକାନ୍ତ ବେହେରାଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଅସଦାଚରଣ ଅଭିଯୋଗ ଆଣିଛନ୍ତି ସେହି କଲେଜର ଜଣେ ଅଧ୍ୟାପିକା। ଏନେଇ  ଗତକାଲି ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କଲେଜ ପ୍ରିନ୍ସିପାଲ ଅଧ୍ୟାପିକାଙ୍କୁ ପରୀକ୍ଷା ଖାତା ଦେଖିବା ପାଇଁ ବାଲେଶ୍ୱର ରିଜିଓନାଲ ଅଫିସ‌କୁ ନେବା ବାହାନାରେ ବାଲେଶ୍ୱରରେ ଥିବା ତାଙ୍କ ନିଜସ୍ୱ ଘରକୁ ନେଇ ସେଠାରେ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିଲେ। ଅଧ୍ୟାପିକା ଜଣକ ସେଠାରୁ ଖସି ଆସିବା ପରେ ପୂରା ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ। ଏହି ଘଟଣା ସମ୍ପର୍କରେ ଅଧ୍ୟାପିକା ତାଙ୍କ ସ୍ୱାମୀଙ୍କ ନିକଟରେ କହିଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ପ୍ରିନ୍ସିପାଲ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story