ପ୍ରିନସପାଲ୍ ଏଜି ଅମର ପଟ୍ଟନାୟକଙ୍କ ବଦଳି

ଭୁବନେଶ୍ୱର:   ରାଜ୍ୟର ପ୍ରିନସପାଲ୍ ଏଜି ବା ପ୍ରମୁଖ ମହାଲେଖାକାର ଅମର ପଟ୍ଟନାୟକଙ୍କ ବଦଳି ହୋଇଯାଇଛି। ତାଙ୍କୁ କେରଳର ପ୍ରିନସପାଲ ଏଜି ଭାବେ ନିଯୁକ୍ତି ମିଳିଛି । ତାଙ୍କ ସ୍ଥାନରେ ଓଡ଼ିଶାର ମହାଲେଖାକାର ହେବେ ଆର୍.ଆମ୍ୱାଲାଭାନନ୍। ତେବେ ଅମରଙ୍କ ଏହି ବଦଳିକୁ ନେଇ ପାୱାର  କରିଡରରେ ଚାଲିଛି ଚର୍ଚ୍ଚା।  ତାଙ୍କର ଏହି ଅଚାନକ  ବଦଳିକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମାନଙ୍କ ଯୁକ୍ତି ହେଉଛି – ଗତ ମେ’ ୪ ତାରିଖରେ ଅମରଙ୍କୁ ପ୍ରିନ୍ସପାଲ ଏଜି ପଦକୁ ଉନ୍ନୀତ […]

vlcsnap-2015-06-26-19h50m51s228

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 02:41 PM IST

ଭୁବନେଶ୍ୱର:   ରାଜ୍ୟର ପ୍ରିନସପାଲ୍ ଏଜି ବା ପ୍ରମୁଖ ମହାଲେଖାକାର ଅମର ପଟ୍ଟନାୟକଙ୍କ ବଦଳି ହୋଇଯାଇଛି। ତାଙ୍କୁ କେରଳର ପ୍ରିନସପାଲ ଏଜି ଭାବେ ନିଯୁକ୍ତି ମିଳିଛି । ତାଙ୍କ ସ୍ଥାନରେ ଓଡ଼ିଶାର ମହାଲେଖାକାର ହେବେ ଆର୍.ଆମ୍ୱାଲାଭାନନ୍। ତେବେ ଅମରଙ୍କ ଏହି ବଦଳିକୁ ନେଇ ପାୱାର  କରିଡରରେ ଚାଲିଛି ଚର୍ଚ୍ଚା।  ତାଙ୍କର ଏହି ଅଚାନକ  ବଦଳିକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏମାନଙ୍କ ଯୁକ୍ତି ହେଉଛି – ଗତ ମେ’ ୪ ତାରିଖରେ ଅମରଙ୍କୁ ପ୍ରିନ୍ସପାଲ ଏଜି ପଦକୁ ଉନ୍ନୀତ କରାଯାଇଥିଲା। ସେତେବେଳେ ପଦୋନ୍ନତି ସହିତ ତାଙ୍କୁ ବଦଳି କରାଯାଇ ପାରିଥାନ୍ତା ।  କିନ୍ତୁ ତାହା ହୋଇନଥିଲା। ଏବେ ତାଙ୍କର ଅଚାନକ ବଦଳି ପଛରେ କିଛି ଗୁଢ଼ ରହସ୍ୟ ରହିଛି।

ସୂଚନାଯୋଗ୍ୟ, ଅମର ପଟ୍ଟନାୟକଙ୍କ ପାଇଁ ରାଜ୍ୟ ସରକାର ଅନେକ ଥର ଅକଳିଆ ସ୍ଥିତିରେ  ପଡିଥିଲେ।  ଇଚ୍ଛାଧୀନ କୋଟାରେ ଜମି କେଳେଙ୍କ।ରୀ, ଶିଳ୍ପସଂସ୍ଥା ଅନିୟମିତତା ଓ ୟୁଜିସି ବେତନ ଅନିୟମିତତା ଭଳି ବଡ଼ବଡ଼ ଘୋଟାଲା ଲୋକଲୋଚନକୁ ଆଣିବାରେ ଅମର ପ୍ରମୁଖ ଭୂମିକା  ନିଭାଇଥିଲେ।

Related story