କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଚାତାରସାହିରେ।
ଜେଲ୍ ଅଧିକ୍ଷକଙ୍କୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଗବାନ ବଗିଚା କାମ କରୁଥିଲେ। ଏହି ସମୟରେ ଅଧିକାରୀଙ୍କ ଜଣକ କଏଦୀକୁ ଏକୁଟିଆ ଛାଡ଼ି ଦେଇ କୌଣସି କାମ ପାଇଁ ଜେଲ୍ କାର୍ଯ୍ୟାଳୟକୁ ଯାଇଥିଲେ। ଏହାର ସୁଯୋଗ ନେଇ ସେ ଜେଲ୍ରୁ ଚମ୍ପଟ ମାରିଥିଲେ। ଏହି ଘଟଣାକୁ ଜେଲ୍ ସୁପରିଟେଣ୍ଡ ସ୍ୱୀକାର କରିଛନ୍ତି।
୨୦୧୨ ମସିହାର ଏକ ହତ୍ୟା ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ତାଙ୍କୁ ଦଣ୍ଡବିଧାନ କରିଥିଲେ। ଏହାପରେ ତାଙ୍କୁ ଯାଜପୁର ଜେଲ୍ ଓ ୨୦୧୭ ମସିହାରେ କରଞ୍ଜିଆ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।