ହତ୍ୟା ଅଭିଯୋଗରେ ସଜା କାଟୁଥିବା କଏଦୀ ମୃତ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ ।

ବଡିବିଲ ଥାନ ହିସାବୁରୁରେ ବିପିନଙ୍କ ଘର। ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟ ତାଙ୍କୁ ୨୦୧୭ ମସିହାରେ ୧୦ ବର୍ଷର ସଜା ଶୁଣାଇଥିଲେ। ସେବେଠୁ ସେ  କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରେ ରହି ଆସୁଥିଲେ ।

ଆଜି ସକାଳୁ ଜେଲ୍‌ରେ ଥିବା ସମୟରେ ବିପିନଙ୍କ ଛାତିରେ ଯନ୍ତ୍ରଣା ହେବ ସହ ବାନ୍ତି ହୋଇଥିଲା। ଜେଲ୍‌ ଡାକ୍ତର ତାଙ୍କ ଚିକିତ୍ସା କରିବା ସହ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।