୬ ମାସ ତଳେ ଜେଲ୍‌ରେ ଯାଇଥିଲା ମାଆଙ୍କ ଜୀବନ, ଆଜି ଆଖି ବୁଜିଲେ ପୁଅ

ବାରିପଦା (ମାଣିକଲାଲ ପାଣି): ଜେଲ୍‌ ଚାରି କାନ୍ଥ ଭିତରେ ୬ ମାସ ତଳେ ମାଆଙ୍କୁ ହରାଇଥିଲେ। ଏବେ ସେହି ଜେଲ୍‌ ଭିତରେ ବନ୍ଦୀ ଜୀବନ କାଟୁଥିବା ବେଳେ ଶଙ୍ଖୁ ରାୟଙ୍କ ପ୍ରାଣ ଯାଇଛି। ବାରିପଦା ମଣ୍ଡଳ କାରାଗାରରେ ଏପରି ଘଟଣା ଘଟିଛି। ବଧୂ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଶଙ୍ଖୁ ରାୟ, ତାଙ୍କ ମାଆ, ବାପା ଓ ବଡ଼ ଭାଇ। ବଧୂ ହତ୍ୟା ଅଭିଯୋଗରେ ବାରିପଦା ଟାଉନ ଥାନା ବାବୁସାହି ୫ ନମ୍ୱର ୱାର୍ଡ ନମ୍ବର ୩୦ […]

Baripada

Manoranjan Sial
  • Published: Monday, 13 December 2021
  • , Updated: 14 December 2021, 11:18 AM IST

ବାରିପଦା (ମାଣିକଲାଲ ପାଣି): ଜେଲ୍‌ ଚାରି କାନ୍ଥ ଭିତରେ ୬ ମାସ ତଳେ ମାଆଙ୍କୁ ହରାଇଥିଲେ। ଏବେ ସେହି ଜେଲ୍‌ ଭିତରେ ବନ୍ଦୀ ଜୀବନ କାଟୁଥିବା ବେଳେ ଶଙ୍ଖୁ ରାୟଙ୍କ ପ୍ରାଣ ଯାଇଛି। ବାରିପଦା ମଣ୍ଡଳ କାରାଗାରରେ ଏପରି ଘଟଣା ଘଟିଛି। ବଧୂ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ ଶଙ୍ଖୁ ରାୟ, ତାଙ୍କ ମାଆ, ବାପା ଓ ବଡ଼ ଭାଇ।

ବଧୂ ହତ୍ୟା ଅଭିଯୋଗରେ ବାରିପଦା ଟାଉନ ଥାନା ବାବୁସାହି ୫ ନମ୍ୱର ୱାର୍ଡ ନମ୍ବର ୩୦ ବର୍ଷୀୟା ଶଙ୍ଖୁ ରାୟ ୨୦୧୯ ମସିହା ଡିସେମ୍ବର ୨୫ ତାରିଖରେ ଗିରଫ ହୋଇଥିଲେ। ତାଙ୍କୁ ବାରିପଦା ସ୍ଥିତ ମଣ୍ଡଳ କାରାଗାରରେ ରଖାଯାଇଥିଲା। ତାଙ୍କୁ ସହିତ ତାଙ୍କ ବାପା, ମା ଓ ବଡ଼ଭାଇ ମଧ୍ୟ ବିଚାରାଧୀନ ଅବସ୍ଥାରେ ଜେଲ୍‌ ଦଣ୍ଡ ଭୋଗୁଥିଲେ। ୬ ମାସ ତଳେ ଜେଲ ଭିତରେ ବିଚାରାଧୀନ ଅବସ୍ଥାରେ ଶଙ୍ଖୁ ରାୟଙ୍କ ମାଆଙ୍କ ମୃତ୍ୟୁ ଘଟିଛି।

ଆଜି ଖାଇବା ପରେ ହଠାତ୍‌ ଶଙ୍ଖୁଙ୍କ ଛାତି ଯନ୍ତ୍ରଣା ହୋଇଥିଲା। ଜେଲ କର୍ତ୍ତୃପକ୍ଷ ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ପିଆର୍‌ଏମ୍‌ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଜେଲରେ ମୃତ ଶଙ୍ଖୁଙ୍କ ବାପା ଓ ବଡ଼ଭାଇ ବିଚାରଧୀନ ଅବସ୍ଥାରେ ରହିଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related story