ମାଲକାନଗିରି (ଜିତେନ୍ଦ୍ର ବେଉରା): ଜେଲ୍ ଭିତରେ ଜଣେ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ସନ୍ଦେହ କରାଯାଉଛି। ଆଜି ଏପରି ଅଭିଯୋଗ ମାଲକାନଗିରି ଉପ କାରାଗାରରୁ ଆସିଛି।
ଅଭିଯୋଗରୁ ପ୍ରକାଶ, ଗତକାଲି ଅପରାହ୍ନରେ ଧନୁ ଗୋଲାରୀ ଧାରୁଆ ଅସ୍ତ୍ରରେ ବେକ କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ମୃତ ଧନୁ ଗୋଲାରୀଙ୍କ ଘର ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗାଁରେ। ଦୁଇ ମାସ ତଳେ ନକ୍ସଲ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜେଲରେ ଥିବା ବେଳେ ଧାରୁଆ ଅସ୍ତ୍ରରେ ବେକ କାଟି ଦେଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଧନୁ ଜେଲ ଭିତରେ ଧାରୁଆ ଅସ୍ତ୍ର ପାଇଲା କେଉଁଠୁ? ଏହା ଆତ୍ମହତ୍ୟା ନା ଯୋଜନା ବଦ୍ଧ ହତ୍ୟାକାଣ୍ଡ, ତାହା ତଦନ୍ତ ସାପେକ୍ଷ।
ମାସ ମଧ୍ୟରେ କାରାଗାରରେ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।