ଜେଲ୍‌ରୁ ବିଚାରାଧୀନ କଏଦୀ ଫେରାର୍

<p>କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛି। ତାଙ୍କ ନାଁ ରଙ୍ଗାଧର ବିଶ୍ୱାଳ। ୨୦୧୨ ମସିହାରେ ଏକ ହତ୍ୟା ଅଭିଯୋଗରେ ସେ ଜେଲରେ ସଜା କାଟୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗାମୁଛା ଓ ପିନ୍ଧା ଲୁଗା ସହାୟତାରେ ପାଚେରୀ ଡେଇଁ ରଙ୍ଗାଧର ଫେରାର ହୋଇଯାଇଥିବା କୁହାଯାଉଛି।</p> <p>ରଙ୍ଗାଧରକୁ ଧରିବାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରାପଡା ଏସ୍&zwnj;ପି ଦୟାନିଧି ଗୋଚ୍ଛାୟତ, ଚୌଦାର ଜେଲ ଅଧୀକ୍ଷକ, ଆଇଜି (ଜେଲ୍&zwnj;) ମନୋରଂଜନ ପଟ୍ଟନାୟକ ଓ ଅତିରିକ୍ତ ଡିଜି (ଜେଲ୍&zwnj;) ବିନୟାନନ୍ଦ ଝା ଉପକାରାଗାରକୁ ଯାଇ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଓ ସିସିଟିଭିର ସହାୟତାରେ ପୋଲିସ ଅନୁସନ୍ଧାନ ଚଳାଇଛି ।</p>

Ordigital Desk
  • Published: Sunday, 18 March 2018
  • Updated: 18 March 2018, 01:33 PM IST

Sports

Latest News

<p>କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର୍ ହୋଇଯାଇଛି। ତାଙ୍କ ନାଁ ରଙ୍ଗାଧର ବିଶ୍ୱାଳ। ୨୦୧୨ ମସିହାରେ ଏକ ହତ୍ୟା ଅଭିଯୋଗରେ ସେ ଜେଲରେ ସଜା କାଟୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗାମୁଛା ଓ ପିନ୍ଧା ଲୁଗା ସହାୟତାରେ ପାଚେରୀ ଡେଇଁ ରଙ୍ଗାଧର ଫେରାର ହୋଇଯାଇଥିବା କୁହାଯାଉଛି।</p><p>ରଙ୍ଗାଧରକୁ ଧରିବାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ରାପଡା ଏସ୍&zwnj;ପି ଦୟାନିଧି ଗୋଚ୍ଛାୟତ, ଚୌଦାର ଜେଲ ଅଧୀକ୍ଷକ, ଆଇଜି (ଜେଲ୍&zwnj;) ମନୋରଂଜନ ପଟ୍ଟନାୟକ ଓ ଅତିରିକ୍ତ ଡିଜି (ଜେଲ୍&zwnj;) ବିନୟାନନ୍ଦ ଝା ଉପକାରାଗାରକୁ ଯାଇ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଓ ସିସିଟିଭିର ସହାୟତାରେ ପୋଲିସ ଅନୁସନ୍ଧାନ ଚଳାଇଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos