ଜିଲ୍ଲା କାରାଗାରରେ କଏଦୀ ମୃତ, ଆତ୍ମହତ୍ୟା କହିଲେ ଜେଲ କର୍ତ୍ତୃପକ୍ଷ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ୱନାଥ ବାରିକ। ସେ ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିବା ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ। ଗତ ମେ’ ୩ ତାରିଖରୁ ସେ ଏକ ବଳାତ୍କାର ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ତେବେ […]

death

  • Published: Friday, 12 August 2022
  • , Updated: 12 August 2022, 05:23 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପୁରୀ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଶିଶାପୁର ଗ୍ରାମର ବିଶ୍ୱନାଥ ବାରିକ। ସେ ବେକରେ ଗାମୁଛା ଲଗାଇ ବାଥରୁମ୍ ଘରେ ଆତ୍ମହତ୍ୟା କରିଥିବା ଜେଲ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ।

ଗତ ମେ' ୩ ତାରିଖରୁ ସେ ଏକ ବଳାତ୍କାର ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରିଛି।

ସୂଚନା ଥାଉକି, ପୁରୀ ସଦର ମହକୁମା ଠାରୁ ୨୦ କିଲୋମିଟର ଦୂର ବାଙ୍ଗର ଠାରେ ରହିଛି ଜିଲ୍ଲା କାରାଗାର। ଜେଲ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କଏଦୀ ଆତ୍ମହତ୍ୟା କରିବା ଅଲୋଚନାର ବିଷୟ ହୋଇଛି। ତେବେ ପୁରୀ ପୁଲିସ ଏହି ଘଟଣା କିପରି ଘଟିଲା ସେନେଇ ତଦନ୍ତ କରୁଛି। ତଦନ୍ତ ସରିବା ପରେ ଏହି ମୃତ୍ୟୁ କିପରି ଘଟିଛି, ତାହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Related story