ବିଚାରାଧୀନ କଏଦୀର ମୃତ୍ୟୁ

ବୌଦ୍ଧ(ଭାରଜନ୍ ପ୍ରଧାନ): ବୌଦ୍ଧ ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରମୋଦ ଭବସାଗର। ତାଙ୍କ ଘର ବନ୍ଧାପଥର ପଞ୍ଚାୟତ ନକୁଆନାଳୀ ଗାଁରେ। ପ୍ରମୋଦ ସକାଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗତ ୮ ଦିନ ହେଲା ସେ ଏକ ଦୁଷ୍କର୍ମ ମାମଲାରେ ଜେଲ୍‌ ଆସିଥିଲେ।