କାଲି ବନ୍ଦ ରହିବ ସମସ୍ତ ଘରୋଇ ଡାକ୍ତରଖାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଓ ଲ୍ୟାବ୍ ବନ୍ଦ ରହିବ। ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ଯାଏଁ ବନ୍ଦ ପାଳନ କରାଯିବ। ଏନେଇ ଅଲ୍ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ନିଷ୍ପତ୍ତି ନେଇଛି। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍, ଡାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ ରହିବ। ଆନ୍ଦୋଳନ ଯୋଗୁଁ ଆଉଟ ଡୋର୍ ବନ୍ଦ ରହିବ। ନୂଆ ରୋଗୀ […]

private medical closed tomorrow in odisha

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 08:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଓ ଲ୍ୟାବ୍ ବନ୍ଦ ରହିବ। ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ଯାଏଁ ବନ୍ଦ ପାଳନ କରାଯିବ। ଏନେଇ ଅଲ୍ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ନିଷ୍ପତ୍ତି ନେଇଛି।

କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍, ଡାଇଗ୍ନୋଷ୍ଟିକ ସେଣ୍ଟର ବନ୍ଦ ରହିବ। ଆନ୍ଦୋଳନ ଯୋଗୁଁ ଆଉଟ ଡୋର୍ ବନ୍ଦ ରହିବ। ନୂଆ ରୋଗୀ ଆଡମିଶନ କରାଯିବନି। ପୂର୍ବରୁ ଆଡମିଶନ ହୋଇଥିବା ପୁରୁଣା ରୋଗୀଙ୍କ ଚିକିତ୍ସା ଚାଲିବ।

ବନ୍ଦ ଡାକରା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଜରୁରୀ ଅବସ୍ଥା ପାଇଁ ପ୍ରସ୍ତୁତ ରହିବାକୁ ସବୁ ସରକାରୀ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀ ଯେମିତି ଅସୁବିଧା ନଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

[caption id="attachment_239019" align="aligncenter" width="832"] ଅଲ୍ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ କରାଯାଇଥିବା ଖବରଦାତା ସମ୍ମିଳନୀ[/caption]

ଫୋରମ ଅଭିଯୋଗ କରିଛି ଯେ,  ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜୀକରଣ ନା ନବୀକରଣ। ୨୦୧୪ ମସିହାରୁ ଏ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନି। ଫଳରେ ଆସନ୍ତାକାଲି ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Related story