ଭୋଟ୍ ପାଇଁ ଘରୋଇ କର୍ମଚାରୀଙ୍କୁ ସବୈତନିକ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଘରୋଇ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ସବୈତନିକ ଛୁଟି ମିଳିବ। ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଆଜି ଏନେଇ ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟବସାୟିକ ସଂସ୍ଥା ଓ କର୍ପୋରେଟ୍ ହାଉସ୍ ଓ ଅନ୍ୟ ସମସ୍ତ ବେସରକାରୀ ଓ ଘରୋଇ ନିଯୁକ୍ତିଦାତାମାନଙ୍କୁ ଏନେଇ […]

odisha-govt-declares-every-voting-day-as-an-official-holiday-in-the-concerned-constituencies

odisha-govt-declares-every-voting-day-as-an-official-holiday-in-the-concerned-constituencies

Manoranjan Sial
  • Published: Tuesday, 09 April 2019
  • Updated: 09 April 2019, 09:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଘରୋଇ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ସବୈତନିକ ଛୁଟି ମିଳିବ।

ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଆଜି ଏନେଇ ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟବସାୟିକ ସଂସ୍ଥା ଓ କର୍ପୋରେଟ୍ ହାଉସ୍ ଓ ଅନ୍ୟ ସମସ୍ତ ବେସରକାରୀ ଓ ଘରୋଇ ନିଯୁକ୍ତିଦାତାମାନଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚଳିତମାସ ୧୧, ୧୮,୨୩ ଓ ୨୯ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାରୁ ଉକ୍ତଦିନ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ କର୍ମଚାରୀମାନେ ନିଜର ଭୋଟଦାନ ଅଧିକାର ସାବ୍ୟସ୍ତ କରିପାରିବେ।

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ମଧ୍ୟ ଏହି ଭୋଟଗ୍ରହଣ ଦିନଗୁଡ଼ିକରେ ନିଜର କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos