ଚାକିରି ଆରମ୍ଭ କରୁ କରୁ ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ବାବୁ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଟ୍ରେନିଂ ପରେ ଗତ ୨ ମାସ ହେଲା ଜଏନ୍‌ କରିଛନ୍ତି। ଚାକିରି ଆରମ୍ଭ କରୁ କରୁ ଏକ ଗଣ୍ଡଗୋଳ ମାମଲାର ସମାଧାନ ପାଇଁ ନେଉଥିଲେ ୩୦୦୦ ଟଙ୍କା ଲାଞ୍ଚ। ଏମିତି ଜଣେ ଲାଞ୍ଚୁଆ ପୁଲିସ୍‌ ବାବୁଙ୍କୁ ଆଜି ଧରିଛି ବ୍ରହ୍ମପୁର ଭିଡିଲାନ୍ସ ବିଭାଗ। କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁରେ ଘର ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ପି.ରାଜା ସେନାପତି ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। […]

ananjana

Manoranjan Sial
  • Published: Thursday, 25 June 2020
  • , Updated: 25 June 2020, 04:59 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଟ୍ରେନିଂ ପରେ ଗତ ୨ ମାସ ହେଲା ଜଏନ୍‌ କରିଛନ୍ତି। ଚାକିରି ଆରମ୍ଭ କରୁ କରୁ ଏକ ଗଣ୍ଡଗୋଳ ମାମଲାର ସମାଧାନ ପାଇଁ ନେଉଥିଲେ ୩୦୦୦ ଟଙ୍କା ଲାଞ୍ଚ। ଏମିତି ଜଣେ ଲାଞ୍ଚୁଆ ପୁଲିସ୍‌ ବାବୁଙ୍କୁ ଆଜି ଧରିଛି ବ୍ରହ୍ମପୁର ଭିଡିଲାନ୍ସ ବିଭାଗ।

କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁରେ ଘର ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ପି.ରାଜା ସେନାପତି ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାକୁ ରଫାଦଫା କରିବା ପାଇଁ ପ୍ରୋବେସନ୍‌ରେ ଥିବା ଏସ୍‌.ଆଇ. ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଯୋଜନା ମୁତାବକ ପି.ରାଜା ସେନାପତି ଆଜି ଲାଞ୍ଚ ବାବଦକୁ ୩୦୦୦ ଟଙ୍କା ଏସ୍‌ଆଇଙ୍କୁ ଦେଉଥିବା ବେଳେ ରେଡ୍‌ ହେଣ୍ଡରେ ଧରିଥିଲେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ର ସଦସ୍ୟମାନେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଏସ୍‌ଆଇଙ୍କ ନାଁରେ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story