ଶାଶୂ, ବୋହୂଙ୍କୁ ମାଡ଼ ଘଟଣା: ଥାନାରୁ ଅପସାରଣ ହେଲେ ଆଇଆଇସି

Ordigital Desk
  • Published: Thursday, 10 May 2018
  • , Updated: 10 May 2018, 01:13 PM IST
<p>କୋଣାର୍କ(ସଞ୍ଜୟ ପତି): ଶାଶୂ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟର୍ସରେ କାମ କରିବା ପାଇଁ ପଠାଯାଇଛି। ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟର୍ସରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅତିରିକ୍ତ ଏସ୍&zwnj;ପି ଏହି ଘଟଣାର ତଦନ୍ତ କରୁଛନ୍ତି।</p> <p>ଘରୋଇ କଳିର ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିମାପଡ଼ା ଥାନା ଆଇଆଇସି&nbsp; ମୃତ୍ୟୁଞ୍ଜୟ ସ୍ୱାଇଁ ଶାଶୂ ଓ ବୋହୂଙ୍କୁ ଆଖିବୁଜା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଆଇଆଇସି ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।</p> <p>ସୂଚନାଯୋଗ୍ୟ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ଜଣେ ମହିଳା ତାଙ୍କ &nbsp;ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଥିଲେ।&nbsp;ତାଙ୍କର ଏତଲାକ୍ରମେ ପୋଲିସର ଡକରା ପାଇ ଶାଶୂ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚିଥିଲେ।&nbsp;ଥାନାରେ କିଛି ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।&nbsp;କୌଣସି ସୁଫଳ ନ ମିଳିବାରୁ ଥାନା ଅଧିକାରୀ ରାତି ୧୧ଟା ପର୍ଯ୍ୟନ୍ତ ବାସନ୍ତୀ ଓ ତାଙ୍କ ପୁଅକୁ ଅଟକ ରଖିଥିଲେ। ପରେ ଘରେ କାହିଁକି ଗଣ୍ଡଗୋଳ କରୁଛ ବୋଲି କହି &nbsp;ଆଇଆଇସି ବାସନ୍ତୀ ଓ ତାଙ୍କ ବୋହୂଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ପୁରୀ ଏସପିଙ୍କ ନିକଟରେ ବାସନ୍ତୀ ଅଭିଯୋଗ କରିଥିଲେ।</p>

Related story