‘ଚକଡ଼ା’ ଚଡ଼କ: କ୍ଷେତ ଉଜାଡି ଚାଷୀ ମୁଣ୍ଡ ଖାଇଲାଣି, ଦେଲେ ଉତ୍ତର ଦେବାକୁ କେହିନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ପରି ମାଡ଼ି ଚାଲିଛି ଚକଡା ପୋକ। ତା ପାଇଁ ଉଜୁଡି ଯାଉଛି କ୍ଷେତ। କାମ କରୁନି ଔଷଧ। ଉଜୁଡା ଫସଲ ଦେଖି ଆତ୍ମହତ୍ୟା କରୁଛି ଚାଷୀ। ହେଲେ ସମସ୍ୟାର ମୂଳ କୋଉଠି କେହି ଜାଣିପାରୁ ନାହାନ୍ତି। ଆରୋପ, ପ୍ରତ୍ୟାରୋପରେ ନେତାଙ୍କ ସମୟ କଟୁଛି। ସମସ୍ୟାର ମୂଳୋତ୍ପାଟନ ଲାଗି ସରକାର ଚିନ୍ତିତ ଥିବା କୁହାଯାଉଥିଲେ ବି ନେଡିଗୁଡ କହୁଣୀକୁ ବୋହିଲାଣି। ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କାହିଁକି ଏ ଅବସ୍ଥା ? ପୂର୍ବରୁ […]

kachada

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 10:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ପରି ମାଡ଼ି ଚାଲିଛି ଚକଡା ପୋକ। ତା ପାଇଁ ଉଜୁଡି ଯାଉଛି କ୍ଷେତ। କାମ କରୁନି ଔଷଧ। ଉଜୁଡା ଫସଲ ଦେଖି ଆତ୍ମହତ୍ୟା କରୁଛି ଚାଷୀ। ହେଲେ ସମସ୍ୟାର ମୂଳ କୋଉଠି କେହି ଜାଣିପାରୁ ନାହାନ୍ତି। ଆରୋପ, ପ୍ରତ୍ୟାରୋପରେ ନେତାଙ୍କ ସମୟ କଟୁଛି। ସମସ୍ୟାର ମୂଳୋତ୍ପାଟନ ଲାଗି ସରକାର ଚିନ୍ତିତ ଥିବା କୁହାଯାଉଥିଲେ ବି ନେଡିଗୁଡ କହୁଣୀକୁ ବୋହିଲାଣି।

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କାହିଁକି ଏ ଅବସ୍ଥା ? ପୂର୍ବରୁ ଅନେକ ଥର ଚକଡା ପୋକକୁ ସାମ୍ନା କରିଥିବା ଚାଷୀ ଏଥର କାହିଁକି ଫେଲ୍ ମାରିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି। ଧାନକେଣ୍ଡାରେ ପୋକ ଲାଗି ରହୁଛି ଓ ଫସଲ ନଷ୍ଟ କରିଦେଉଛି। ପ୍ରଭାବିତ ଚାଷୀଙ୍କ ଅଭିଯୋଗ କାମ ଦେଉନି କୀଟନାଶକ ଔଷଧ। ଏବେ ଚାଷରେ ପ୍ରୟୋଗ ହେଉଥିବା କୀଟନାଶକ ନକଲି ବୋଲି ଚାଷୀଙ୍କ ମନରେ ସନ୍ଦେହ ସଅଷ୍ଟି ହେବାରେ ଲାଗିଛି।

ସମ୍ବଲପୁର, କଳାହାଣ୍ଡି, ଗଂଜାମ ଭଳି ୮ଟି ଜିଲ୍ଲାରେ ଚକଡା ପୋକ ପ୍ରାଦୁର୍ଭାବ ରହିଛି। କିଛି ସ୍ଥାନରେ ପୋକଲଗା ଧାନଗଛ ଧରି ଜିଲ୍ଲା କୃଷି ଅଧିକାରୀଙ୍କ ପାଖରେ ଗୁହାରୀ କରୁଛନ୍ତି ଚାଷୀ। ଚକଡ଼ା ପୋକ  ଦାଉ ସାଜିଥିବାବେଳେ କାମ ଦେଉନି କୀଟନାଶକ ଔଷଧ। ଚାଷୀ  ବଜାରରୁ କୀଟନାଶକ ଔଷଧ କିଣି ବିଲରେ ସିଞ୍ଚନ କରୁଛି, ହେଲେ ଫସଲ ନଷ୍ଟ ହେବାରୁ ରୋକି ପାରିନି। ସେଥିପାଇଁ ହତାଶ ହୋଇ ନିଜ ହାତରେ ବର୍ଷକର ପରିଶ୍ରମରେ ନିଆଁ ଲଗାଇ ଦେଉଛି, ତ କେଉଁଠି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛି।

କାହିଁକି ଏ ସ୍ଥିତି ? କାହିଁକି ଫେଲ୍ ମାରୁଛି ଚକଡ଼ା ପୋକଙ୍କୁ ସାମ୍ନା କରିବାର ସବୁ ଫର୍ମୁଲା ?  ବିକ୍ରି ହେଉଥିବା କୀଟନାଶକ ଔଷଧ ନକିଲ ନୁହେଁ ତ ? ସରକାର ଯେଭଳି ପରୀକ୍ଷା କରି କୀଟନାଶକ ପାଇଁ ସୁପାରିଶ କରିବା କଥା କରିନାହାନ୍ତି କି ? ଚାଷୀକୁ କୀଟନାଶର ବ୍ୟବହାର ନେଇ ଆବଶ୍ୟକ ସେତନ କରାଯଇ ନଥିଲା କି ? ଆଦି ପ୍ରଶ୍ନର ଉତ୍ତର ଏବେ ଖୋଜୁଛନ୍ତି ଚାଷୀ। ଏହାସହ ଏସବୁ ପ୍ରଶ୍ନ କୃଷି ବିଭାଗ ଧ ବିଭାଗୀୟ ଅଧିକାରୀଙ୍କୁ ଭାରି ପଡିବା ପରି ଲାଗୁଛି। କାରଣ ଏହି ପୋକ ବ୍ୟାପିବା ମରୁଡି ଓ ବନ୍ୟାକୁ ବଳି ଯିବାକୁ ବସିଛି।

ସେପଟେ କୀଟନାଶକ ଔଷଧ କାମ ନଦେବା ନେଇ ଚାଷୀ ଅଭିଯୋଗ କରିବା ପରେ ସରକାର ପଦକ୍ଷେପ ନେଇଛନ୍ତି। ହେଲେ ଏହି ପଦକ୍ଷେପ ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଉଛି। ଆଜି କିଛି ସ୍ଥାନରେ କୃଷି ଅଧିକାରୀ ଚଢାଉ ଆରମ୍ଭ କରିଛନ୍ତି। ବରଗଡ଼ର ବିଭିନ୍ନ କୀଟନାଶକ ଦୋକାନରେ କୃଷି ବିଭାଗର ଟିମ୍ ଯାଇ ଯାଞ୍ଚ କରିଛନ୍ତି। କୀଟନାଶକ କାହିଁକି କାମ କରୁନି ସେ ନେଇ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା କରାଯିବ, ଯଦି କୌଣସି ତ୍ରୁଟି ବାହାରିଲା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି।

https://www.youtube.com/watch?v=owWpy6gdwOU

Related story