ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’। ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଏହି ପୁରସ୍କାର ମିଳିବ। ପୁରସ୍କାର ପାଇବା ପାଇଁ ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜ୍ୟୋତିର୍ମୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-CSIRର ପ୍ରତିଷ୍ଠା ଦିବସ ଅବସରରେ ଘୋଷଣା କରାଯାଇଛି।
We are proud to announce that our alumna, Prof. Jyotirmayee Dash won the prestigious Shanti Swarup Bhatnagar Award, 2020 in Chemical Sciences.
Hearty congratulations ! pic.twitter.com/Dv2ultgdQ8— Dean of Resources & Alumni, IITK (@DoRA_IITK) September 27, 2020
ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବ ବିଜ୍ଞାନ, ପରିବେଶ ବିଜ୍ଞାନ ସହ ଚିକିତ୍ସା ଓ ଇଞ୍ଜିନିୟରିଂ କ୍ଷେତ୍ରରେ ୪୫ ବର୍ଷରୁ କମ୍ ବୟସର ଭାରତୀୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯିବ। ଜଗତସିଂପୁର ଜିଲ୍ଲାରେ ଜନ୍ମିତ ଜ୍ୟୋତିର୍ମୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ବେଳେ ଆଇଆଇଟି କାନପୁରରୁ ସେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ଏହି ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ ମହିଳା ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।