ପ୍ରଫେସର ବାଉରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିଷ୍ଠିତ ସାହିତ୍ୟିକ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କର ଆଜି ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଛି। ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ସେ ଧୂରୀଣ ସାହିତ୍ୟିକ ଭାବେ ପରିଚିତ ଥିଲେ। ଡକ୍ଟର କର ୧୯୫୧ ମସିହା ସେପ୍ଟେମ୍ବର ୧୨ତାରିଖରେ ଯାଜପୁର ଜିଲ୍ଲାର ଖଣ୍ଡିତରର କବୀରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବାଉରୀବନ୍ଧୁ କରଙ୍କ […]

vbn

Tapas Behera
  • Published: Friday, 18 September 2020
  • , Updated: 18 September 2020, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରତିଷ୍ଠିତ ସାହିତ୍ୟିକ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କର ଆଜି ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଛି। ଓଡ଼ିଆ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ସେ ଧୂରୀଣ ସାହିତ୍ୟିକ ଭାବେ ପରିଚିତ ଥିଲେ।
ଡକ୍ଟର କର ୧୯୫୧ ମସିହା ସେପ୍ଟେମ୍ବର ୧୨ତାରିଖରେ ଯାଜପୁର ଜିଲ୍ଲାର ଖଣ୍ଡିତରର କବୀରପୁର ଗାଁରେ ଜନ୍ମଗ୍ରହଣ କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବାଉରୀବନ୍ଧୁ କରଙ୍କ ଦ୍ୱାରା ରଚିତ ‘ଓଡ଼ିଶା ସାହିତ୍ୟର ଇତିହାସ’, ‘ଓଡ଼ିଆ ପ୍ରବନ୍ଧ ସାହିତ୍ୟ’, ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ’, ‘ସୁବର୍ଣ୍ଣ ସମାଲୋଚନା’, ଅଭିନନ୍ଦନ ଗ୍ରନ୍ଥ, ସମାଲୋଚନା ଭାରତୀ, ଚିନ୍ତନ-ଅନୁଚିନ୍ତନ, ନାନା ଆଲୋଚନା, ସୁରେନ୍ଦ୍ର ସମୀକ୍ଷା ଆଦି ପୁସ୍ତକ ରଚନା କରିଥିଲେ। ସେ ଦିବଂଗତ ବାମପନ୍ଥୀ ନେତା ସୌରୀବନ୍ଧୁ କରଙ୍କ ସାନଭାଇ ଓ ଓଡ଼ିଆ ଭାଷାସାହିତ୍ୟର ପ୍ରଫେସର ଭାବେ ଜଣାଶୁଣା ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି।

Related story