ପ୍ରଫେସର ଗଦାଧର ମିଶ୍ର ପାଇଲେ ବିଜୁ ପଟ୍ଟନାୟକ ପୁରସ୍କାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୩ ମସିହା ପାଇଁ ବୈଜ୍ଞାନିକ ସମ୍ୱର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଗଦାଧର ମିଶ୍ରଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଜୟଦେବ ଭବନ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ୫ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ […]

gadadharmishra

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 12:18 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ବିଜ୍ଞାନ ଓ ବୈଷୟିକ ବିଭାଗ ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୧୩ ମସିହା ପାଇଁ ବୈଜ୍ଞାନିକ ସମ୍ୱର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବୈଜ୍ଞାନିକ ଉତ୍କର୍ଷ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଗଦାଧର ମିଶ୍ରଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଜୟଦେବ ଭବନ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ୫ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି। ଉତ୍ସବରେ ତିନିଜଣଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଏବଂ ଅନ୍ୟ ତିନିଜଣ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ଓ ଦୁଇ ଜଣଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଛି।

Related story