ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା। ଏନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଗୁଜରାଟ ଝୁଲା ପୋଲ ଟ୍ରାଜେଡି ପରେ ଚେତିଲା ଜିଲ୍ଲା ପ୍ରଶାସନ। ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା […]

Dhabaleswar

Dhabaleswar

Manoranjan Sial
  • Published: Monday, 31 October 2022
  • Updated: 31 October 2022, 07:58 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା। ଏନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ। ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଗୁଜରାଟ ଝୁଲା ପୋଲ ଟ୍ରାଜେଡି ପରେ ଚେତିଲା ଜିଲ୍ଲା ପ୍ରଶାସନ। ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି କରିଛନ୍ତି। ତେବେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା।

ଆଗକୁ ଆସୁଛି ବଡ଼ ଓଷା। ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷାରେ ପ୍ରବଳ ଭିଡ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।

ଧବଳେଶ୍ୱରରେ ଥିବା ଝୁଲା ପୋଲରେ ଫାଟ ହୋଇଛି। ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ହୋଇଛି। ଏହାର ମରାମତି କରାଯିବ।କୋଲକାତାର ବିଶେଷଜ୍ଞ ଟିମ୍‌ ସହ ଆଜି ଗ୍ରାମ ଉନ୍ନୟନ ବିଭାଗର ଟିମ୍‌ ଆଜି ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୦୬ ମସିହାରେ ଉଦ୍‌ଘାଟନ ହୋଇଥିବା ଏହି ଝୁଲାପୋଲ ଏବେ କ୍ରମଶଃ ଦୁର୍ବଳ ହେବାରୁ ସାଧାରଣ ଭକ୍ତଙ୍କୁ ମନ୍ଦିର ନ ଆସିବାକୁ ନିବେଦନ କରାଯାଇଥିଲା। କେବଳ ବଡ଼ଓଷା ବ୍ରତଧାରି  ମନ୍ଦିର ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos