ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପ, ଲୋକଙ୍କୁ ମିଳିବ ରୋଜଗାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ।  ସାପ୍ତାହିକ ଲକ୍ଷ୍ୟ ଧାର୍ଯ୍ୟ ଓ ଏହାର ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ଯେଭଳି ଅଧିକ ସଂଖ୍ୟକ ଲୋକେ କାମ କରିପାରିବେ ସେଭଳି ପ୍ରକଳ୍ପ କାର୍ଯ୍ୟ ହାତକୁ ନେବାକୁ ପରାମର୍ଶ ଦିଆଯାଇଛି। କରୋନା ଲକଡାଉନ୍ ପରବର୍ତ୍ତୀ ଅବସ୍ଥାରେ ଗାଁ ଓ ପଂଚାୟତସ୍ତରରେ […]

asit

Tapas Behera
  • Published: Wednesday, 27 May 2020
  • , Updated: 27 May 2020, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ।  ସାପ୍ତାହିକ ଲକ୍ଷ୍ୟ ଧାର୍ଯ୍ୟ ଓ ଏହାର ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ଯେଭଳି ଅଧିକ ସଂଖ୍ୟକ ଲୋକେ କାମ କରିପାରିବେ ସେଭଳି ପ୍ରକଳ୍ପ କାର୍ଯ୍ୟ ହାତକୁ ନେବାକୁ ପରାମର୍ଶ ଦିଆଯାଇଛି।
କରୋନା ଲକଡାଉନ୍ ପରବର୍ତ୍ତୀ ଅବସ୍ଥାରେ ଗାଁ ଓ ପଂଚାୟତସ୍ତରରେ ଜୀବିକା ଓ ମଜୁରୀ ନିଯୁକ୍ତି ସୁଯୋଗ ସୃଷ୍ଟି  କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ଏଥିପାଇଁ ବିଭିନ୍ନ ବିଭାଗଗୁଡ଼ିକ ମିଳିତ ଭାବେ ମନରେଗା ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି। ପ୍ରକଳ୍ପଗୁଡ଼ିକୁ କ୍ୟାମ୍ପେନ ମୋଡରେ ଅନୁମୋଦନ ଓ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପ ଯଥା ଫାର୍ମ ପଣ୍ଡ , ନ୍ୟୁଟ୍ରି ଗାର୍ଡେନ, ଜଙ୍ଗଲ ଚାରିପଟେ ଟ୍ରେଞ୍ଚ, ବୃକ୍ଷରୋପଣ, ଆଡିବନ୍ଧ, ଘାସ ଚାଷ ଆଦି ପ୍ରକଳ୍ପ ବହୁ ସଂଖ୍ୟାରେ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।

ଏବେସୁଦ୍ଧା ମନରେଗା ମାଧ୍ୟମରେ ଗ୍ରାମାଞ୍ଚଳରେ ଦୈନିକ ୧୨ଲକ୍ଷ ନିଯୁକ୍ତି ଦିବସ ସୃଷ୍ଟି ହେଉଥିବାବେଳେ ଚଳିତମାସ ଶେଷସୁଦ୍ଧା ଗ୍ରାମାଞ୍ଚଳରେ ଦୈନିକ ୨୦ଲକ୍ଷ ନିଯୁକ୍ତି ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମନରେଗା ପ୍ରକଳ୍ପରେ କାମ କରୁଥିବା ସମସ୍ତ ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ ଭାବେ ମଜୁରୀ ଦେବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ସମୀକ୍ଷା ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଜଙ୍ଗଲ ଓ ପରିବେଶ ସଚିବ, ପଞ୍ଚାୟତିରାଜ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story