ପ୍ରକାଶ ପାଇଲା ଏଆଇପିଏମଟି ରେଜଲଟ୍

ଭୁବନେଶ୍ୱର: ପ୍ରକାଶ ପାଇଲା ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ୍ ଟେଷ୍ଟ ବା ଏଆଇପିଏମଟି ରେଜଲଟ୍। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ମୋଟ ୬ଲକ୍ଷ ୫୦ ହଜାରରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥିଲେ। ଏହାମଧ୍ୟରେ ଓଡ଼ିଶାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୩୭ ହଜାର। ଏଆଇପିଏମଟିର ନିଜସ୍ୱ ବେବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଏଆଇପିଏମଟି ଡଟ୍ ଏନଆଇସି ଡଟ୍ ଇନରୁ ଛାତ୍ରଛାତ୍ରୀମାନେ ଫଳାଫଳ ଜାଣିପାରିବେ। ଏଆଇପିଏମଟି ୨୦୧୫ ଲାଗି ଗତ ମେ ୩ ତାରିଖରେ ପରୀକ୍ଷା […]

AIPMT-2015

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 08:02 AM IST

ଭୁବନେଶ୍ୱର: ପ୍ରକାଶ ପାଇଲା ଅଲ୍ ଇଣ୍ଡିଆ ପ୍ରି-ମେଡିକାଲ୍ ଟେଷ୍ଟ ବା ଏଆଇପିଏମଟି ରେଜଲଟ୍। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ମୋଟ ୬ଲକ୍ଷ ୫୦ ହଜାରରୁ ଅଧିକ ପିଲା ଏହି ପରୀକ୍ଷା ଦେଇଥିଲେ। ଏହାମଧ୍ୟରେ ଓଡ଼ିଶାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୩୭ ହଜାର।

ଏଆଇପିଏମଟିର ନିଜସ୍ୱ ବେବସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଏଆଇପିଏମଟି ଡଟ୍ ଏନଆଇସି ଡଟ୍ ଇନରୁ ଛାତ୍ରଛାତ୍ରୀମାନେ ଫଳାଫଳ ଜାଣିପାରିବେ। ଏଆଇପିଏମଟି ୨୦୧୫ ଲାଗି ଗତ ମେ ୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିନ୍ତୁ ହରିୟାଣାରେ ଆନସର୍-କି-ଲିକ୍ ହେବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ ହେବା ପରେ, ସର୍ବୋଚ୍ଚ କୋର୍ଟ ଏହି ପରୀକ୍ଷାକୁ ରଦ୍ଦ କରି ପୁନର୍ବାର ପରୀକ୍ଷା କରିବା ଲାଗି ସିବିଏସଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତ ଜୁଲାଇ ୨୫ ତାରିଖରେ ପୁଣି ଥରେ ଏହି ପରୀକ୍ଷା କରାଯାଇଥିଲା। ଦ୍ୱିତୀୟ ଥର ପରୀକ୍ଷାରେ ଅନିୟମିତତାକୁ ରୋକିବା ଲାଗି ସିବିଏସଇ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ। ଦ୍ୱିତୀୟ ଥର ହୋଇଥିବା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୩୩ଟି  ଏବଂ ବ୍ରହ୍ମପୁର ଓ ରାଉରକେଲାରେ ୪ଟି ଲେଖାଏଁ ସେଣ୍ଟର କରାଯାଇଥିଲା।

Related story