ଏଣିକି ରାଜ୍ୟରେ ‘ପଦୋନ୍ନତି ଅଦାଲତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ)କୁ ଉଚ୍ଛେଦ କରିଥିବା ରାଜ୍ୟ ସରକାର ‘ପଦୋନ୍ନତି ଅଦାଲତ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରେ ଏହି ପଦୋନ୍ନତି ଅଦାଲତର ବୈଠକ ବସିବ। କୌଣସି କାରଣରୁ ପଦୋନ୍ନତି ସୁବିଧା ପାଇନଥିବା କର୍ମଚାରୀମାନଙ୍କର ସମସ୍ୟାର ସମାଧାନ ଏହି ଅଦାଲତ ମାଧ୍ୟମରେ ହେବ। ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ଅଧ୍ୟକ୍ଷତାରେ ଏହି ପଦୋନ୍ନତି ଅଦାଲତ ଗଠନ […]

naveen-4-1

Manoranjan Sial
  • Published: Thursday, 09 January 2020
  • , Updated: 09 January 2020, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ)କୁ ଉଚ୍ଛେଦ କରିଥିବା ରାଜ୍ୟ ସରକାର ‘ପଦୋନ୍ନତି ଅଦାଲତ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଜାନୁୟାରୀ ଚତୁର୍ଥ ସପ୍ତାହରେ ଏହି ପଦୋନ୍ନତି ଅଦାଲତର ବୈଠକ ବସିବ। କୌଣସି କାରଣରୁ ପଦୋନ୍ନତି ସୁବିଧା ପାଇନଥିବା କର୍ମଚାରୀମାନଙ୍କର ସମସ୍ୟାର ସମାଧାନ ଏହି ଅଦାଲତ ମାଧ୍ୟମରେ ହେବ। ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ଅଧ୍ୟକ୍ଷତାରେ ଏହି ପଦୋନ୍ନତି ଅଦାଲତ ଗଠନ କରାଯିବ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ପ୍ରତିବର୍ଷ ଡିସେମ୍ବର ୩୧ତାରିଖ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହି ଆଧାରରେ ୨୦୧୯ ଡିସେମ୍ବର ୩୧ତାରିଖ ସୁଦ୍ଧା ୩୧୬୬ଜଣ କର୍ମଚାରୀ ପଦୋନ୍ନତି ପାଇଥିଲେ। ତେବେ ବିଭିନ୍ନ କାରଣରୁ ପଦୋନ୍ନତି ପାଇ ପାରିନଥିବା କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ ନିମନ୍ତେ ପଦୋନ୍ନତି ଅଦାଲତ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କୌଣସି କାରଣରୁ ପଦୋନ୍ନତି ପାଉନଥିବା କର୍ମଚାରୀମାନେ ଏଥିପାଇଁ ବିଭିନ୍ନ ସମୟରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥାନ୍ତି। ମାତ୍ର ଏହି ଅଦାଲତ ଗଠନ ହେବା ଦ୍ୱାରା କର୍ମଚାରୀମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

Related story