ଓଡ଼ିଶାରେ ୨ ମେଗା ଫୁଡ୍ ପାର୍କ ଓ ୨ ଶୀତଳ ଭଣ୍ଡାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ରେ ଓଡ଼ିଶାରେ ୨ଟି ମେଗା ଫୁଡ୍ ପାର୍କ ଓ ୨ଟି ଶୀତଳ ଭଣ୍ଡାର ସମେତ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ପିଏମକେଏସୱାଇ ଅଧୀନରେ ଅନେକ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ମୋଟ ୧୦ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । […]

mega-food-parks

Manoranjan Sial
  • Published: Wednesday, 26 June 2019
  • , Updated: 26 June 2019, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ରେ ଓଡ଼ିଶାରେ ୨ଟି ମେଗା ଫୁଡ୍ ପାର୍କ ଓ ୨ଟି ଶୀତଳ ଭଣ୍ଡାର ସମେତ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ପିଏମକେଏସୱାଇ ଅଧୀନରେ ଅନେକ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ମୋଟ ୧୦ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରେ ୨ଟି ଶୀତଳଭଣ୍ଡାର, ୨ଟି ମେଗା ଫୁଡ ପାର୍କ, ୟୁନିଟ ଯୋଜନାରେ ୨ଟି ପ୍ରକଳ୍ପ, ୨ଟି ବ୍ୟାକୱାର୍ଡ ଓ ଫରୱାର୍ଡ ଲିଙ୍କେଜ୍ ଏବଂ ୨ଟି ଖାଦ୍ୟ ପରୀକ୍ଷାଗାର ସାମିଲ ଅଛି।

ମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗ ମାଧ୍ୟମରେ ୧୦୦% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ)କୁ ମଞ୍ଜୁରୀ ମିଳିଛି। ଭାରତରେ ପ୍ରସ୍ତୁତ/ଉତ୍ପାଦିତ ହେଉଥିବା ଖାଦ୍ୟ ସାମଗ୍ରୀର ଖୁଚୁରା ବ୍ୟାପାର କ୍ଷେତ୍ରରେ ସରକାରୀ ଅନୁମୋଦନ ମାର୍ଗ ଦେଇ ୧୦୦% ଏଫଡିଆଇକୁ ମଞ୍ଜୁରୀ ମିଳିଛି। ପିଏମକେଏସୱାଇ ଅନ୍ତର୍ଗତ ସମଗ୍ର ଦେଶରେ ୩୧,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ନେଇ ଆଶା କରାଯାଉଛି। ଏହାଦ୍ୱାରା ୧,୦୪,୧୨୫ କୋଟି ଟଙ୍କାର ୩୩୪ ଲକ୍ଷ ମେଟ୍ରିକ ଟନ କୃଷି ଉତ୍ପାଦ ପ୍ରକ୍ରିୟାକରଣ ହେବା ସହିତ ୨୦ ଲକ୍ଷ କୃଷକ ଉପକୃତ ହୋଇପାରିବେ। ଏଥିସହିତ ୨୦୧୯-୨୦ ବର୍ଷ ସୁଦ୍ଧା ଦେଶରେ ୫,୩୦,୫୦୦ ପ୍ରତ୍ୟକ୍ଷ ଅବା ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି।

Related story