କେନ୍ଦୁଝର: ପ୍ରସ୍ତାବିତ କୁଶେଇ ସେତୁ ସ୍ଥାନାନ୍ତର ଦାବି ନେଇ ଆନ୍ଦୋଳନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ଗତକାଲି କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁରେ କଂଗ୍ରେସର ବହୁ ବରିଷ୍ଠ ନେତା ପହଞ୍ଚିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ଯୁବ କଂଗ୍ରେସର ନେତୃବର୍ଗ ଗାଁକୁ ଯାଇ ସ୍ଥାନୀୟ ଲୋକ ଏବଂ ବେଲବାହାଳି ସୁରକ୍ଷା ମଞ୍ଚର ସଦସ୍ୟଙ୍କ ସହ ପ୍ରସ୍ତାବିତ କୁଶେଇ ସେତୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଦଳୀୟ ନେତା କହିଛନ୍ତି ଯେ ଲୋକଙ୍କ ଦାବି ଯଥାର୍ଥ। ତେଣୁ ଗାଁ ଲୋକଙ୍କ ଦାବିକୁ ଯଦି ସରକାର କିମ୍ୱା ପ୍ରଶାସନ ନ ମାନେ ତେବେ ଆଗାମୀ ଦିନରେ ଲୋକଙ୍କ ସହ ମିଶି ଆନ୍ଦୋଳନ କରିବା ସହ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରସଙ୍ଗକୁ ଉଠାଇବ ଦଳ। ସେହିପରି ବିରୋଧୀ ଦଳ ନେତା କହିଛନ୍ତି ଆନ୍ଦୋଳନବେଳେ ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ପୋଲିସ ପ୍ରଶାସନ ସହ ଆଲୋଚନା କରିବା ସହ ଗିରଫ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିବେ। ତେବେ ଏନେଇ ରାଜ୍ୟ ସରକାର କିମ୍ୱା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ୨୩ହଜାର ନୂଆ ନିଯୁକ୍ତି ସମ୍ଭାବନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ ।
Miscellaneous
ଓଡ଼ିଶା ଲୋକସେବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର, ଏଣିକି ଜୟପୁରରେ ହେବ ପରୀକ୍ଷା କେନ୍ଦ୍ର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧ ତାରିଖରେ ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହ ବୈଠକବେଳେ ଜୟପୁରଠାରେ ଏକ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପରାମର୍ଶ ଦେଇଥିଲେ।
Politics
ବିଜେଡିର କଲାକର୍ମ ପାଇଁ ଓଡ଼ିଶାରେ ବଢ଼ିଛି ଦରଦାମ, ଅସ୍ତିତ୍ୱ ସଙ୍କଟ ଯୋଗୁ ଏଭଳି ପ୍ରଳାପ: ବିଜେପି
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି ।
Politics
ଓଡ଼ିଶା ଆସିବେ ୫୦ରୁ ଅଧିକ ଦେଶର ପ୍ରବାସୀ ଭାରତୀୟ, ରାଜ୍ୟବ୍ୟାପୀ ବିଜେପିର ବଡ଼ ଆୟୋଜନ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେଉଛି ।
Crime
ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ
ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।