ପ୍ରସ୍ତାବିତ କୁଶେଇ ସେତୁ ସ୍ଥାନାନ୍ତର ପ୍ରସଙ୍ଗ: ବେଲବାହାଳିରେ କଂଗ୍ରେସର ବହୁ ବରିଷ୍ଠ ନେତା

କେନ୍ଦୁଝର: ପ୍ରସ୍ତାବିତ କୁଶେଇ ସେତୁ ସ୍ଥାନାନ୍ତର ଦାବି ନେଇ ଆନ୍ଦୋଳନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ଗତକାଲି କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁରେ କଂଗ୍ରେସର ବହୁ ବରିଷ୍ଠ ନେତା ପହଞ୍ଚିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ଯୁବ କଂଗ୍ରେସର ନେତୃବର୍ଗ ଗାଁକୁ ଯାଇ ସ୍ଥାନୀୟ ଲୋକ ଏବଂ ବେଲବାହାଳି ସୁରକ୍ଷା ମଞ୍ଚର ସଦସ୍ୟଙ୍କ ସହ ପ୍ରସ୍ତାବିତ କୁଶେଇ ସେତୁ ପ୍ରସଙ୍ଗରେ […]

congress

Rakesh Mallick
  • Published: Saturday, 11 July 2015
  • , Updated: 11 July 2015, 04:45 AM IST

କେନ୍ଦୁଝର: ପ୍ରସ୍ତାବିତ କୁଶେଇ ସେତୁ ସ୍ଥାନାନ୍ତର ଦାବି ନେଇ ଆନ୍ଦୋଳନ ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ଗତକାଲି କେନ୍ଦୁଝର ଜିଲ୍ଲା ବେଲବାହାଳି ଗାଁରେ କଂଗ୍ରେସର ବହୁ ବରିଷ୍ଠ ନେତା ପହଞ୍ଚିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ଯୁବ କଂଗ୍ରେସର ନେତୃବର୍ଗ ଗାଁକୁ ଯାଇ ସ୍ଥାନୀୟ ଲୋକ ଏବଂ ବେଲବାହାଳି ସୁରକ୍ଷା ମଞ୍ଚର ସଦସ୍ୟଙ୍କ ସହ ପ୍ରସ୍ତାବିତ କୁଶେଇ ସେତୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଦଳୀୟ ନେତା କହିଛନ୍ତି ଯେ ଲୋକଙ୍କ ଦାବି ଯଥାର୍ଥ। ତେଣୁ ଗାଁ ଲୋକଙ୍କ ଦାବିକୁ ଯଦି ସରକାର କିମ୍ୱା ପ୍ରଶାସନ ନ ମାନେ ତେବେ ଆଗାମୀ ଦିନରେ ଲୋକଙ୍କ ସହ ମିଶି ଆନ୍ଦୋଳନ କରିବା ସହ ଆସନ୍ତା ବିଧାନସଭା ଅଧିବେଶନରେ ପ୍ରସଙ୍ଗକୁ ଉଠାଇବ ଦଳ। ସେହିପରି ବିରୋଧୀ ଦଳ ନେତା କହିଛନ୍ତି ଆନ୍ଦୋଳନବେଳେ ଆଇନଶୃଙ୍ଖଳା ପ୍ରସଙ୍ଗ ନେଇ ପୋଲିସ  ପ୍ରଶାସନ ସହ ଆଲୋଚନା କରିବା ସହ ଗିରଫ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିବେ। ତେବେ ଏନେଇ ରାଜ୍ୟ ସରକାର କିମ୍ୱା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Related story