‘ବୋଟ ଗୁଡ଼ିକୁ ଆଧୁନିକୀକରଣ କରାଯିବ’

ଭୁବନେଶ୍ୱର: ତଟ ସୁରକ୍ଷା ନେଇ ଏକ ସମୀକ୍ଷା ବୈଠକ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଏଥିରେ ଗୃହ ସଚିବ ଅସିତ ତ୍ରିପାଠୀ ଯୋଗଦେଇ କହିଥିଲେ,“ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ  ନିୟୋଜିତ ଥିବା ବୋଟ ଗୁଡ଼ିକ ଉପଯୁକ୍ତ ନୁହେଁ। ଏହାକୁ ଆଧୁନିକୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ।” ତଟ ସୁରକ୍ଷା ପାଇଁ ରାଜ୍ୟରେ ଏବେ ୧୮ଟି ସମୁଦ୍ରକୂଳ ଥାନାରେ ୧୩ଟି ବୋଟ ରହିଛି। ତଟ ସୁରକ୍ଷା ପାଇଁ ନୈବାହିନୀ ଓ କୋଷ୍ଟଗାର୍ଡ଼ମାନଙ୍କୁ […]

Coastal-Security

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 09:08 PM IST

ଭୁବନେଶ୍ୱର: ତଟ ସୁରକ୍ଷା ନେଇ ଏକ ସମୀକ୍ଷା ବୈଠକ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଏଥିରେ ଗୃହ ସଚିବ ଅସିତ ତ୍ରିପାଠୀ ଯୋଗଦେଇ କହିଥିଲେ,“ଉପକୂଳ ଅଞ୍ଚଳର ସୁରକ୍ଷା ପାଇଁ  ନିୟୋଜିତ ଥିବା ବୋଟ ଗୁଡ଼ିକ ଉପଯୁକ୍ତ ନୁହେଁ। ଏହାକୁ ଆଧୁନିକୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ।”

ତଟ ସୁରକ୍ଷା ପାଇଁ ରାଜ୍ୟରେ ଏବେ ୧୮ଟି ସମୁଦ୍ରକୂଳ ଥାନାରେ ୧୩ଟି ବୋଟ ରହିଛି। ତଟ ସୁରକ୍ଷା ପାଇଁ ନୈବାହିନୀ ଓ କୋଷ୍ଟଗାର୍ଡ଼ମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିସହ ରାଜ୍ୟର ୨ଲକ୍ଷ ୬୦ ହଜାର ମତ୍ସ୍ୟଜୀବୀଙ୍କୁ ପରିଚୟପତ୍ର ଦିଆଯାଇଛି। ଖୁବ୍‌ଶୀଘ୍ର ଆଉ ୪୦,୦୦୦ ମତ୍ସ୍ୟଜୀବୀଙ୍କୁ ପରିଚୟପତ୍ର ଯୋଗାଇ ଦିଆଯିବ।

Related story