ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଦେଲେନି ଦଶହରା ଖର୍ଚ୍ଚ। ରାଗି ଯାଇ ଜଳ ଯୋଗାଣ ବନ୍ଦ କରିଦେଲ ପମ୍ପ ଡ୍ରାଇଭର। ଏଭଳି କିଛି ଅଭିଯୋଗ ଆଣି ପିଇବା ପାଣି ନପାଇ ରାସ୍ତା ଅବରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ପାଟରୀପଲ୍ଲୀ ଅରଖପଲ୍ଲୀ ଗାଁ ଲୋକେ।
ଏହି ଗାଁରେ ୩୦୦ରୁ ଉର୍ଦ୍ଧ୍ୱ ଲୋକ ରୁହନ୍ତି। ଏବେ ପିଇବା ପାଇଁ ପାଣି ନପାଇ ସେମାନେ ଛଟପଟ ହେଉଛନ୍ତି। ତେଣୁ ଗାଁ ରାସ୍ତରେ ହାଣ୍ଡି ମାଠିଆ ରଖି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ମୁତାବକ ପାଟରାପଲ୍ଲୀ ଗାଁ ଲୋକେ ପାଣି ପାଇଁ ମାସକୁ ପ୍ରତି ଘର ପିଛା ୩୦ ଟଙ୍କା ଦିଅନ୍ତି। ହେଲେ ପଞ୍ଚାୟତ ପାଣି ପମ୍ପ ଡ୍ରାଇଭର ଘର ପିଛା ଆଉ ୫୦ ଟଙ୍କା ଲେଖାଏଁ ଦଶହରା ଖର୍ଚ୍ଚ ମାଗିଥିଲା। କିନ୍ତୁ ଲୋକେ ଟଙ୍କା ନେଦେବାରୁ ରାଗ ରଖି ଡ୍ରାଇଭର ଜଳ ଯୋଗାଣ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ପିଇବା ପାଣି ନମିଳିବା ଯାଏଁ ରାସ୍ତାରୁ ଉଠିବୁ ନାହିଁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।