ଡିଆରଡିଓ ପରିସରରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆର୍&zwnj;ଡିଓ ପରିସର ମେସ୍&zwnj;ରେ ଗତକାଲି ଷ୍ଟ୍ରିଟ୍&zwnj; ଲାଇଟ୍&zwnj; ଲଗାଇବା ପାଇଁ କରାଯାଉଥିବା ଡ୍ରିଲିଂ ବେଳେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରୁତର ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ଦାବିରେ ଉତ୍ତ୍ୟକ୍ତ ଲୋକ ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଯାହାଦ୍ୱାରା ଡିଆର୍&zwnj;ଡିଓର ଗାଡ଼ି ଗୁଡ଼ିକ ଯାଇ ନପାରି ରାସ୍ତାରେ ଅଟକି ରହିଛି। ଏବେ ମଧ୍ୟ ଡିଆରଡିଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ରାସ୍ତାରୋକ ସମ୍ପର୍କରେ ଖବର ପାଇ ବାଲେଶ୍ୱର ଏସ୍&zwnj;ଡିପିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି। ମୃତକଙ୍କୁ ୪ ଲକ୍ଷ, ଗୁରୁତର ଆହତଙ୍କୁ ୩୦,୦୦ ଓ ସାମାନ୍ୟ ଆହତଙ୍କୁ ୧୦,୦୦ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 10:24 AM IST

Sports

Latest News

<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆର୍&zwnj;ଡିଓ ପରିସର ମେସ୍&zwnj;ରେ ଗତକାଲି ଷ୍ଟ୍ରିଟ୍&zwnj; ଲାଇଟ୍&zwnj; ଲଗାଇବା ପାଇଁ କରାଯାଉଥିବା ଡ୍ରିଲିଂ ବେଳେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଜି ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରୁତର ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବା ଦାବିରେ ଉତ୍ତ୍ୟକ୍ତ ଲୋକ ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ଯାହାଦ୍ୱାରା ଡିଆର୍&zwnj;ଡିଓର ଗାଡ଼ି ଗୁଡ଼ିକ ଯାଇ ନପାରି ରାସ୍ତାରେ ଅଟକି ରହିଛି। ଏବେ ମଧ୍ୟ ଡିଆରଡିଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ରାସ୍ତାରୋକ ସମ୍ପର୍କରେ ଖବର ପାଇ ବାଲେଶ୍ୱର ଏସ୍&zwnj;ଡିପିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍&zwnj;ରେ ଅଟଳ ରହିଛନ୍ତି। ମୃତକଙ୍କୁ ୪ ଲକ୍ଷ, ଗୁରୁତର ଆହତଙ୍କୁ ୩୦,୦୦ ଓ ସାମାନ୍ୟ ଆହତଙ୍କୁ ୧୦,୦୦ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos