ଦିଲ୍ଲୀରେ ନବୀନଙ୍କ ଘର ସାମ୍ନାରେ ବିକ୍ଷୋଭ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ସ୍ଥିତ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଦିଲ୍ଲୀର ଅବଦୁଲ କାଲାମ ରୋଡ୍ ସ୍ଥିତ ଘର ସାମ୍ନାରେ ଓଡ଼ିଆ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ କରାଯାଇଛି।  କୁନ୍ଦୁଲି ଘଟଣାକୁ ନିନ୍ଦା କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛି ନାଗରିକ ମଞ୍ଚ।  ହାତରେ ପ୍ଲାକାର୍ଡ ଧରି ମଞ୍ଚର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।