ସଙ୍ଗରୋଧରେ ରହିଲୁ, ଆମକୁ ଟଙ୍କା ନଦେଇ ଠକିଦେଲେ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : କ୍ୱାରେଣ୍ଟାଇନରୁ ଫେରିବାର ମାସେରୁ ଅଧିକ ଦିନ ବିତିଲାଣି । ହେଲେ ପ୍ରବାସୀଙ୍କୁ  ମିଳିନି ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇନଥିବାରୁ ପ୍ରବାସୀ ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ବାହାର ରାଜ୍ୟରୁ ଫେରିବା ପରେ ପ୍ରବାସୀ ଶ୍ରମିକଙ୍କୁ କାମ ଧନ୍ଦା ମିଳୁନି । ଏଭଳି ସ୍ଥିତିରେ ସେମାନଙ୍କ ଲାଗି  […]

7nm

Tapas Behera
  • Published: Sunday, 05 July 2020
  • , Updated: 05 July 2020, 05:08 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : କ୍ୱାରେଣ୍ଟାଇନରୁ ଫେରିବାର ମାସେରୁ ଅଧିକ ଦିନ ବିତିଲାଣି । ହେଲେ ପ୍ରବାସୀଙ୍କୁ  ମିଳିନି ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ଜଗନ୍ନାଥପ୍ରସାଦ ବ୍ଳକ ଗେରେଡା ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇନଥିବାରୁ ପ୍ରବାସୀ ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ବାହାର ରାଜ୍ୟରୁ ଫେରିବା ପରେ ପ୍ରବାସୀ ଶ୍ରମିକଙ୍କୁ କାମ ଧନ୍ଦା ମିଳୁନି । ଏଭଳି ସ୍ଥିତିରେ ସେମାନଙ୍କ ଲାଗି  ପ୍ରୋତ୍ସାହନ ରାଶି ବହୁତ କାମରେ ଆସିବ।  ଗେରେଡା ପଞ୍ଚାୟତକୁ ଲାଗି ଅନ୍ୟ ସମସ୍ତ ପଞ୍ଚାୟତରେ ପ୍ରବାସୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ତେବେ ଏଠାରେ କାହିଁକି ପ୍ରଦାନ କରାଯାଇନି ସେ ନେଇ ପ୍ରଶ୍ନ କରିଛନ୍ତି ପ୍ରବାସୀ । ସେପଟେ ଏନେଇ ଗେରେଡ଼ା ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନି।

Related story