ନ୍ୟାୟ ପାଇଁ ରାସ୍ତାରେ ରାତି କାଟିଲେ ଗାଁ ଲୋକେ  

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନ୍ୟାୟ ପାଇଁ ଥାନା ଘେରିବା ସହ ରାତିସାରା ରାସ୍ତାରେ ଧାରଣା ଦେଲେ ୫୦୦ରୁ ଅଧିକ ଗ୍ରାମବାସୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ସୂଚନା ଅନୁସାରେ,ଖଣ୍ଡପଡ଼ା ବ୍ଲକ୍‌ ବୋଦସା ପଞ୍ଚାୟତର କିଛି ଦଳିତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶିବ ମନ୍ଦିର ମଧ୍ୟକୁ ପ୍ରବେଶକୁ ନେଇ  ବିବାଦ ଲାଗି ରହିଥିଲା। ହେଲେ ଗତକାଲି ଏହି ବିବାଦ ଉଗ୍ର ରୂପ ନେଇଥିଲା। ପଞ୍ଚାୟତର ସମସ୍ତ ଗ୍ରାମବସୀ ଏକାଠି ହୋଇ ଦଳିତମାନଙ୍କ ଘର ଭାଙ୍ଗି ଦେଇଥିଲେ। ଏହି […]

nayagada

nayagada

Rakesh Mallick
  • Published: Monday, 25 June 2018
  • Updated: 25 June 2018, 09:14 AM IST

Sports

Latest News

ନୟାଗଡ଼(ସତ୍ୟ ନାରାୟଣ ସୁରଜଗଦେବ): ନ୍ୟାୟ ପାଇଁ ଥାନା ଘେରିବା ସହ ରାତିସାରା ରାସ୍ତାରେ ଧାରଣା ଦେଲେ ୫୦୦ରୁ ଅଧିକ ଗ୍ରାମବାସୀ। ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ।

ସୂଚନା ଅନୁସାରେ,ଖଣ୍ଡପଡ଼ା ବ୍ଲକ୍‌ ବୋଦସା ପଞ୍ଚାୟତର କିଛି ଦଳିତ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶିବ ମନ୍ଦିର ମଧ୍ୟକୁ ପ୍ରବେଶକୁ ନେଇ  ବିବାଦ ଲାଗି ରହିଥିଲା। ହେଲେ ଗତକାଲି ଏହି ବିବାଦ ଉଗ୍ର ରୂପ ନେଇଥିଲା। ପଞ୍ଚାୟତର ସମସ୍ତ ଗ୍ରାମବସୀ ଏକାଠି ହୋଇ ଦଳିତମାନଙ୍କ ଘର ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ଖଣ୍ଡପଡ଼ା ପୋଲିସ ଏକ ମାମଲା ରୁଜୁ କରି  କାଲି ରାତିରେ  ୧୦ ଜଣଙ୍କୁ ଗିରଫ କରିଥିଲା।

ଏନେଇ ବୋଦସା ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦ କରି  ଗାଁ ଲୋକେ  ୭ କିଲୋମିଟର ଚାଲି ଚାଲି ଆସି  ଥାନା ଘେରାଉ କରିଥିଲେ। ଏହାପରେ ରାତି ସାରା ରାସ୍ତା ଉପରେ ଧାରଣାରେ ବସିଥିଲେ।

ତେବେ ଏନେଇ ଗ୍ରାମବାସୀ ପ୍ରତାପ କୁମାର ସାମନ୍ତରାୟ କହିଛନ୍ତି,“ ଗତ ୧୦ ତାରିଖରେ କିଛି ଖଳ ପ୍ରକୃତିର ଲୋକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ତେବେ କାଲି ରାତି ପ୍ରାୟ ୯ଟା ବେଳେ ଆମ ଗାଁର କିଛି ଲୋକ ବଜାରରୁ ଫେରୁଥିବା ବେଳେ ପୋଲିସ ସେମାନଙ୍କୁ ଅପହରଣ କରି  ଥାନାରେ ଅଟକ ରଖିଛି। ଏହାର ପ୍ରତିବାଦରେ ଗତକାଲି ରାତିରୁ ଏଠାରେ ଆମେ ଧାରଣାରେ ବସିଥିଲୁ। ଥାନାରେ ଅଟକ ଥିବା ଲୋକଙ୍କୁ ପୋଲିସ ଖଲାସ ନ କରିବା ପର୍ଯ୍ୟନ୍ତ ଆମେ ଧାରଣାରେ ବସିଥିବୁ। ପୋଲିସର ଏଭଳି କାର୍ଯ୍ୟକୁ ଆମେ ନିନ୍ଦା କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos