‘ଅଭିଯୁକ୍ତକୁ ଧର, ନହେଲେ ତାଙ୍କ ଘରେ ମୃତଦେହ କବର ଦେବୁ’

ଜଳେଶ୍ୱର(ଅଜିତ ଦାସ): “ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ନହେଲେ ଅଭିଯୁକ୍ତଙ୍କ ଘରେ ମୃତଦେହ କବର ଦେବୁ।” ଏପରି ଧମକ ଦେଇଛନ୍ତି ଅକ୍ରମଣରେ ଶିକାର ହୋଇଥିବା ପରିବାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି ଏପରି ଧମକ। ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଜୁଲାଇ ୬ ତାରିଖରେ ପାଣିଷଣ୍ଡା ଗାଁର ଆଲେମା ବିବି ଓ ତାଙ୍କ ସ୍ୱାମୀ ଏସ୍‌.କେ. ମାଲେକଙ୍କ ମଧ୍ୟରେ […]

Jaleswar

Jaleswar

Manoranjan Sial
  • Published: Thursday, 22 July 2021
  • Updated: 22 July 2021, 05:31 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): “ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ। ନହେଲେ ଅଭିଯୁକ୍ତଙ୍କ ଘରେ ମୃତଦେହ କବର ଦେବୁ।” ଏପରି ଧମକ ଦେଇଛନ୍ତି ଅକ୍ରମଣରେ ଶିକାର ହୋଇଥିବା ପରିବାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି ଏପରି ଧମକ। ଯାହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଜୁଲାଇ ୬ ତାରିଖରେ ପାଣିଷଣ୍ଡା ଗାଁର ଆଲେମା ବିବି ଓ ତାଙ୍କ ସ୍ୱାମୀ ଏସ୍‌.କେ. ମାଲେକଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ହୋଇଥିଲା। ଏହି ସମୟରେ ପଡ଼ୋଶୀ ଏସ୍‌.କେ. ସମିରୁଦ୍ଦିନଙ୍କ ପୁଅ ଏସ୍‌.କେ. ଜାଭେଦ କାଠ ଫାଳିଆରେ ସେମାନଙ୍କୁ ଅମରଣାନ୍ତକ ଆକ୍ରମଣ କରିଥିଲେ। ଜାଭେଦଙ୍କ କାଠ ଫାଳିଆ ମାଡ଼ରେ ସେହି ସମୟରେ ରାସ୍ତାରେ ଯାଉଥିବା ଏସ୍‌.କେ. ମାଲେକଙ୍କ ଆଉ ଜଣେ ଭାଇ ଏସ.କେ. ଜଲାଉଦ୍ଦିନ ଓ ତାଙ୍କ ମାଆ ଗୁରୁବାରୀ ବେୱା ଆହତ ହୋଇଥିଲେ। ପରେ ଏସ୍‌.କେ. ମାଲେକଙ୍କ ଶଳା ଏସ୍‌.କେ. ଅମିନ୍‌ ଏକ ଖଣ୍ଡାରେ ଏସ.କେ ଜଲାଉଦ୍ଦିନଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ବେଳେ (ଏସ୍‌.କେ ଅମିନ୍‌)ଙ୍କ ଭାଇ ଏସ.କେ. ମସିରୁଦ୍ଦିନ ଶାବଳରେ ପିଟିଥିବା ଅଭିଯୋଗ ହୋଇଛି।

ଗାଁ ଲୋକେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏସ.କେ. ଜଲାଉଦ୍ଦିନ ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେପଟେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ମସିରୁଦ୍ଦିନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଏପର୍ଯ୍ୟନ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନାହିଁ।

ସେପଟେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଏସ୍‌.କେ. ଜଲାଉଦ୍ଦିନ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ବୁଧବାର ଗାଁରେ ମୃତଦେହ ପହଞ୍ଚିଥିଲା। ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ମୃତଦେହକୁ କବର ଦିଆଯାଇନାହିଁ। ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ମୃତବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଉ। ନହେଲେ ଅଭିଯୁକ୍ତଙ୍କ ଘରେ ମୃତଦେହକୁ କବର ଦେବୁ ବୋଲି ଗାଁ ଲୋକେ ଧମକ ଦେଇଛନ୍ତି।

ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ କବର ଦେବା ପାଇଁ ପୁଲିସ ପ୍ରଶାସନ ଚେଷ୍ଟା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story