ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ ଅଛି: ଜୟରାମ ପାଙ୍ଗୀ
ଜୟପୁର( ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କଂପାନୀରେ ଯେଉଁ ଆନ୍ଦୋଳନ ଚାଲିଛି, ତା’ ପଛରେ ପାଣ୍ଡିଆନଙ୍କ ହାତ ଅଛି। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ସେ କହିଛନ୍ତି,“ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି।”
ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ସେ ଭାବୁଛନ୍ତି ବୋଲି ପାଙ୍ଗୀ କହିଛନ୍ତି। ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନ ହେଲେ ପ୍ରଶାସନ କିମ୍ବା ପୋଲିସ କାହିଁକି ନିରବଦ୍ରଷ୍ଟା ସାଜନ୍ତା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଆନ୍ଦୋଳନ। ଆନ୍ଦୋଳନକାରୀମାନେ କାରଖାନାର ମୁଖ୍ୟ ଫାଟକରେ ତାଲା ପକାଇ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଦୁଇଦିନ ଧରି ତାଲା ପକାଇବା ପରେ ଗତକାଲି ହିଂସାକାଣ୍ଡକୁ ଓହ୍ଲାଇଥିଲେ। ଥେରୁବାଲି ଇମ୍ଫା କଂପାନୀ ଆଗରେ ଧାରଣାରତ ଆନ୍ଦୋଳନକାରୀ କମ୍ପାନୀରେ ଭଙ୍ଗାରୁଜା କରିବା ସହିତ ଗେଟ୍ ଉପରକୁ ଢେଲାପଥର ମାଡ଼ କରିଥିଲେ। ଫାଟକ ବାହାରେ ଲାଗିଥିବା ସିସି କ୍ୟାମେରା, ଲାଇଟ୍ ଓ ଆଉ କିଛି ଯନ୍ତ୍ରାଂଶକୁ ବାଡ଼େଇ ଭାଙ୍ଗି ଦେଇଛନ୍ତି ଆନ୍ଦୋଳନକାରୀ।
୯ଦଫା ଦାବିରେ କାରଖାନାର ସମସ୍ତ ଗେଟରେ ତାଲା ପକାଇ ଗତ ସୋମବାର ଠାରୁ ଧାରଣାରେ ଆନ୍ଦୋଳନକାରୀ ବସି ରହିଛନ୍ତି। ଆନ୍ଦୋଳନକାରୀ କାରଖାନା ସମେତ କଲୋନୀ ଓ ହସ୍ପିଟାଲ ଗେଟରେ ତାଲା ପକାଇଛନ୍ତି। ଏହାଦ୍ୱାରା କାରଖାନା ଭିତରେ ଲୋକେ ଏକ ପ୍ରକାର ବନ୍ଦୀ ଅବସ୍ଥାରେ ରହିଛନ୍ତି।
Ordigital Desk
• Published: Thursday, 26 April 2018
• Updated: 26 April 2018, 10:50 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos