ଯାଜପୁର: ପିଆରଏସ୍ ଠିକା କମ୍ପାନୀର ଅପହୃତ ଜିଏମ୍‌ ଉଦ୍ଧାର , ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳରୁ ଅପହୃତ ପିଆରଏସ୍ ଠିକା କମ୍ପାନୀର ଜେନେରାଲ ମ୍ୟାନେଜର ମୂର୍ତ୍ତି ଶ୍ରୀନିବାସଙ୍କୁ ଉଦ୍ଧାର କରିଛି ପୋଲିସ୍। ଅପହରଣ ହେବାର ପ୍ରାୟ ୧୮ ଘଣ୍ଟା ପରେ  ତାଙ୍କୁ ଉଦ୍ଧାର କରିଛି ପୋଲିସ୍। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନକୁ  ଗିରଫ କରାଯାଇଛି। ଗତକାଲି ଶ୍ରୀନିବାସ କାରରେ ଯାଉଥିବା ବେଳେ  କଳିଙ୍ଗ ମାନପୁର ରେଲୱେ  ଗେଟ୍ ନିକଟରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କୁ ଗାଡ଼ିରୁ ଟାଣି ନେଇ ମୋଟର ସାଇକେଲ୍‌ରେ ବସାଇ […]

Apaharn

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 08:53 PM IST

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳରୁ ଅପହୃତ ପିଆରଏସ୍ ଠିକା କମ୍ପାନୀର ଜେନେରାଲ ମ୍ୟାନେଜର ମୂର୍ତ୍ତି ଶ୍ରୀନିବାସଙ୍କୁ ଉଦ୍ଧାର କରିଛି ପୋଲିସ୍। ଅପହରଣ ହେବାର ପ୍ରାୟ ୧୮ ଘଣ୍ଟା ପରେ  ତାଙ୍କୁ ଉଦ୍ଧାର କରିଛି ପୋଲିସ୍। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଲ୍ଲାଉଦ୍ଦିନକୁ  ଗିରଫ କରାଯାଇଛି।

ଗତକାଲି ଶ୍ରୀନିବାସ କାରରେ ଯାଉଥିବା ବେଳେ  କଳିଙ୍ଗ ମାନପୁର ରେଲୱେ  ଗେଟ୍ ନିକଟରେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ତାଙ୍କୁ ଗାଡ଼ିରୁ ଟାଣି ନେଇ ମୋଟର ସାଇକେଲ୍‌ରେ ବସାଇ ସେମାନେ ଫେରାର ହୋଇଯାଇଥିଲେ। ଶ୍ରୀନିବାସଙ୍କ ଗାଡ଼ି ଡ୍ରାଇଭାରଙ୍କ ଏତଲା ଭିତ୍ତିରେ କଳିଙ୍ଗ ନଗର ପୋଲିସ୍ ସହ ଯାଜପୁର ଜିଲ୍ଲା ପୋଲିସ୍ ତନାଘନା ଚଳାଇଥିଲା।

Related story