ବିଜେଡି ସଭ୍ୟ ଆସିଲେନି: କୋରମ୍ ଅଭାବରୁ ପିଏସି ବୈଠକ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି) ବୈଠକ ଆଜି କୋରମ୍ ଅଭାବରୁ ଅନୁଷ୍ଠିତ ହୋଇପାରିନି । ପିଏସିରେ ସଦସ୍ୟ ଥିବା ବିଜେଡି ବିଧାୟକମାନଙ୍କ ଅନୁପସ୍ଥିତି ଯୋଗୁ ଏହି ବୈଠକ ସମ୍ଭବପର ହୋଇପାରିନଥିବାରୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଶାସକ ବିଜେଡି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ବୈଠକରୁ ଦୂରେଇ ରହୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି । ପିଏସି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ମୋହନ […]

BJD

BJD

Ordigital Desk
  • Published: Monday, 14 November 2022
  • Updated: 14 November 2022, 10:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି) ବୈଠକ ଆଜି କୋରମ୍ ଅଭାବରୁ ଅନୁଷ୍ଠିତ ହୋଇପାରିନି । ପିଏସିରେ ସଦସ୍ୟ ଥିବା ବିଜେଡି ବିଧାୟକମାନଙ୍କ ଅନୁପସ୍ଥିତି ଯୋଗୁ ଏହି ବୈଠକ ସମ୍ଭବପର ହୋଇପାରିନଥିବାରୁ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଶାସକ ବିଜେଡି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ବୈଠକରୁ ଦୂରେଇ ରହୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିଛି ।

ପିଏସି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ଓ ପିଏସି ସଦସ୍ୟ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ ଆଜି ନିର୍ଦ୍ଧାରିତ ସମୟରେ ପିଏସି ବୈଠକରେ ଯୋଗ ଦେବାକୁ ବିଧାନସଭାକୁ ଆସିଥିଲେ ମଧ୍ୟ ବିଜେଡି ସଦସ୍ୟମାନେ ଅନୁପସ୍ଥିତ ଯୋଗୁ କୋରମ୍ ହୋଇପାରିନଥିଲା । ଫଳରେ ପିଏସି ବୈଠକ ବାତିଲ ହୋଇଛି । କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ବିଧାନସଭାର ସବୁଠୁ କ୍ଷମତାସମ୍ପନ୍ନ କମିଟି ପିଏସି ବୈଠକ ସଦସ୍ୟମାନଙ୍କ ଅନୁପସ୍ଥିତି ଯୋଗୁ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବୈଠକରେ କୋରମ୍ ପାଇଁ ମାତ୍ର ୪ଜଣ ସଦସ୍ୟ ଆବଶ୍ୟକ । କିନ୍ତୁ ବିଜେଡି ସଦସ୍ୟମାନେ ଆସିଲେନି । ବିଜେଡି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ତେଣୁ ସେମାନେ ପିଏସି ବୈଠକ ଆସୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ପିଏସି ଅଧ୍ୟକ୍ଷ ଶ୍ରୀ ମାଝୀ କହିଛନ୍ତି ଯେ, ପିଏସି ବୈଠକ ନକରି ଦେବାପାଇଁ ଷଡ଼ଯନ୍ତ୍ର ହୋଇଥିବା ଭଳି ଲାଗୁଛି । ଏହି ଗୁରୁତ୍ୱପୂର୍ଣ୍ଣ କମିଟି ବୈଠକକୁ ଶାସକ ବିଜେଡି ସଦସ୍ୟମାନେ ନଆସିବା ଦୁର୍ଭାଗ୍ୟଜନକ । ପିଏସିରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୧୧ଜଣ ସଦସ୍ୟ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ପିଏସି ଅଧ୍ୟକ୍ଷ ଶ୍ରୀ ମାଝୀଙ୍କ ସମେତ ବିଜେପିର ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସର ନରସିଂହ ମିଶ୍ରଙ୍କ ସଦସ୍ୟ ଥିବାବେଳେ ବିଜେଡିରୁ ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାଶ, ପ୍ରଣବ ବଳବନ୍ତରାୟ, ଶାରଦା ନାୟକ, ଦିବ୍ୟଶଙ୍କର ମିଶ୍ର, ବ୍ରଜ ପ୍ରଧାନ ଓ ଅନନ୍ତ ଜେନା ସଦସ୍ୟ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos