କଟକରେ ଆତଙ୍କ ଖେଳାଇଥିବା ସିରିଏଲ୍ କିଲର୍‌ ଧରାପଡ଼ିଲା

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ସନ୍ଦିଗ୍ଧ ସିରିଏଲ୍‌ କିଲର୍‌କୁ ଶେଷରେ କମିଶନରେଟ୍ ପୁଲିସ୍ ଧରିବାରେ ସଫଳ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗିରଫ ସନ୍ଦିଗ୍ଧ ବ୍ୟକ୍ତିର ନାଁ ନାରାୟଣ ସାହୁ। ତା’ ଘର ଗଞ୍ଜାମ ଅଞ୍ଚଳରେ। ତେବେ ସେ ସାଇକୋ କିଲର୍‌ କି ନୁହେଁ, ତାହା ସ୍ପଷ୍ଟ ହୋଇନି। ଡିସିପି କହିଛନ୍ତି,“କଟକ ଟ୍ରିପଲ୍‌ ମର୍ଡର ଘଟଣାରେ ଆଜି […]

killer

Tapaswini Nayak
  • Published: Monday, 29 July 2019
  • , Updated: 29 July 2019, 11:13 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସହରରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇଥିବା ସନ୍ଦିଗ୍ଧ ସିରିଏଲ୍‌ କିଲର୍‌କୁ ଶେଷରେ କମିଶନରେଟ୍ ପୁଲିସ୍ ଧରିବାରେ ସଫଳ ହୋଇଛି। କଟକ ଡିସିପି ଅଖିଳେଶ୍ୱର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗିରଫ ସନ୍ଦିଗ୍ଧ ବ୍ୟକ୍ତିର ନାଁ ନାରାୟଣ ସାହୁ। ତା’ ଘର ଗଞ୍ଜାମ ଅଞ୍ଚଳରେ। ତେବେ ସେ ସାଇକୋ କିଲର୍‌ କି ନୁହେଁ, ତାହା ସ୍ପଷ୍ଟ ହୋଇନି।

ଡିସିପି କହିଛନ୍ତି,“କଟକ ଟ୍ରିପଲ୍‌ ମର୍ଡର ଘଟଣାରେ ଆଜି ସକାଳେ ଜଣେ ଅଭିଯୁକ୍ତକୁ ଅଟକ ରଖିଛୁ। ତା’ ନାଁ ନାରାୟଣ ସାହୁ। ତା’ ଘର ଗଞ୍ଜାମ ଅଞ୍ଚଳରେ। ସେ ତିନି ମାସ ହେବ କଟକରେ ରହୁଥିଲା। ୨୪ ତାରିଖ ଘଟଣାଠାରୁ ସେ ଫେରାର ଥିଲା। ତାକୁ ଖୋଜାଖୋଜି କରାଯାଉଥିଲା। ଆଜି ସକାଳେ ସେ ଧରାପଡ଼ିଛି। ତାଙ୍କୁ ଅଟକ ରଖା ଯାଇ ପଚରାଉଚରା କରାଯାଉଛି। ସେ ସାଇକୋ କିଲର୍‌ ବୋଲି ସ୍ପଷ୍ଟ ହୋଇନାହିଁ।”

ଏହି ଟ୍ରିପଲ୍ ମର୍ଡର ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୫ଟିମ୍ ଗଠନ କରାଯାଇଥିଲା। ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଏହି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଚଳାଇଥିଲେ।

ସୂଚନାଯୋଗ୍ୟ, ଜୁଲାଇ ୨୩ ତାରିଖରେ କଟକରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ବେଳେ ୨୪ ତାରିଖରେ ଆଉ ଗୋଟିଏ ମୃତଦେହ ମିଳିଥିଲା। ୨୩ ତାରିଖ ରାତିରେ କଟକ ବଡ଼ ଡାକ୍ତରଖାନାର କାର୍ଡିଓଲୋଜି ବିଭାଗ ସମ୍ମୁଖରୁ ଜଣେ ବୃଦ୍ଧକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ସକାଳେ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସେହିପରି ତା’ପର ଦିନ ଅର୍ଥାତ୍ ୨୪ ତାରିଖରେ ଓଏମ୍‌ପି ପାର୍କ ନିକଟରୁ ଆଉ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଏମାନେ ସମସ୍ତେ ଦିନ ମଜୁରିଆ ଥିଲେ ଓ ସମସ୍ତଙ୍କୁ ପାଖାପାଖି ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଏସବୁ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ବିଚାର କଲା ପରେ ପୁଲିସ୍ ଏହା କୌଣସି ସାଇକୋ କିଲର୍‌ କାମ ହୋଇଥିବ ବୋଲି ସନ୍ଦେହ କରିଥିଲା ଓ ସେ ଦିଗରେ ତଦନ୍ତ ଚଳାଇଥିଲା। ଗତକାଲି ଏନେଇ ପୁଲିସ୍‌ ଏକ ବଡ଼ ସୁରାକ୍ ମଧ୍ୟ ପାଇଥିଲା।

 

 

 

Related story